ଭୁବନେଶ୍ୱର,୧୫।୭(ବ୍ୟୁରୋ): ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟରେ ରାଜ୍ୟରେ ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯାଉଛି। ୨୩୨୦ କେନ୍ଦ୍ରରେ ଏହି ଟିକାକରଣ ଚାଲିଛି। ଏ ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି। ଭୁବନେଶ୍ୱରରେ ଏହି ବୟସ ବର୍ଗର ୭ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ରୁ ୫୯ ବର୍ଷ ବୟସ ବର୍ଗରେ ରାଜ୍ୟରେ ୧ ଲକ୍ଷ ୫୨ ହଜାର ବୁଷ୍ଟର ଡୋଜ୍ ନେଇସାରିଛନ୍ତି ବୋଲି ପରିବାର କଲ୍ୟାଣ ନିଦ୍ଦେର୍ର୍ଶକ କହିଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ଜିଲାରେ ଏହି ଟିକାକରଣ ପାଇଁ ନିଦ୍ଦେର୍ର୍ଶ ଦିଆଯାଇଛି। ଉଭୟ ଅନ୍ଲାଇନ ଓ ଅଫଲାଇନ୍ରେ ପଞ୍ଜିକରଣ କରି ଟିକା ନେଇପାରିବେ। ଏବେ ରାଜ୍ୟରେ ୧୩ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି । ଏହା କିଛି ଦିନ ଯାଏ ଚାଲିବ । ଏହାପରେ ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ସେହିପରି ସବୁ ଲୋକଙ୍କୁ ଟିକା ଦେବାକୁ ରାଜ୍ୟର ଟିକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ୩ ହଜାରରୁ ଅଧିକକୁ ବଢ଼ାଯିବ । କଲେଜ, ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି ଟିକାକରଣ କରାଇବାକୁ ଯୋଜନା ହୋଇଛି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।