ରାଜ୍ୟରେ ୧,୩୧୫ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୧,୩୧୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୬୨ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୫୫୩ ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯୮ ଜଣ ଚିହ୍ନଟ ହୋଇଛନ୍ତି।
୧,୩୧୫ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୨ହଜାର ୦୮୮ ଜଣ ସୁସ୍ଥ ହୋଇସାରିଛନ୍ତି। ୧୩ ହଜାର ୮୭୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Share