ରାଜ୍ୟ କ୍ୟାବିନେଟରେ ୧୬ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୬।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗର ୧୬ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଅନୁମୋଦିତ ହୋଇଛି।

ମିଶନ ଶକ୍ତି ନାମରେ ନୂଆ ବିଭାଗ ସୃଷ୍ଟିକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏଥିସହ ରାଜ୍ୟରେ ୧୦ଟି ଗ୍ରାମୀଣ ପାଇପ ଜଳ ଯୋଗାଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆ, ଭୁବନ, ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ଯୋଜାନରେ ନିର୍ମାଣ କାର୍ଯ୍ୟ କରାଯିବ। ଗ୍ରାମ୍ୟ ପାଇପ ଜଳ ଯୋଜନାରେ ସମ୍ବଲପୁର ଜିଲାର ୨୬ଟି ପଞ୍ଚାୟତ ଓ ଝାରସୁଗୁଡ଼ା ବ୍ଲକର ୨ଟି ପଞ୍ଚାୟତରେ ନିର୍ମାଣ ହେବ।

ସେହିପରି ବାଲେଶ୍ୱର ଜିଲା ରେମୁଣା ତହସିଲ ଅଧୀନରେ ୨୫ ଏକର ଜମିରେ ଏମ୍ସର ସାଟେଲାଇଟ ସେଣ୍ଟର ନିର୍ମାଣକୁ କ୍ୟାବିନେଟ ଅନୁମୋଦନ ମିଳିଛି।

Share