ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଦଳ ସହ ଜାଓ୍ବେଦ ଅର୍ଶାଦ ଓ ସୋମନାଥ ପଟ୍ଟନାୟକ ଯଥାକ୍ରମେ ପୁରୁଷ ଓ ମହିଳା ଦଳର କୋଚ୍ ଭାବେ ଯାତ୍ରା କରିଛନ୍ତି। ଓଡ଼ିଶା ପ୍ରତିଯୋଗୀମାନେ ମହିଳା, ପୁରୁଷ, ମାଷ୍ଟର-୧ ଓ ମାଷ୍ଟର-୨ କାଟେଗୋରିରେ ଶକ୍ତି ଉତ୍ତୋଳନର ଇକ୍ୱିପଡ ଓ ଅନ୍ଇକ୍ୱିପଡ ଇଭେଣ୍ଟରେ ଭାଗନେବେ। ସେହିପରି ଦଳ ମହିଳା, ପୁରୁଷ, ଜୁନିୟର ଏବଂ ମାଷ୍ଟର-୨ କାଟେଗୋରିରେ ଜାତୀୟ ବେଞ୍ଚପ୍ରେସ୍ର ଇକ୍ୱିପଡ ଓ ଅନ୍ଇକ୍ୱିପଡ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ୧୧ ରାଜ୍ୟର ୫୭୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ବୋଲି ପାଓ୍ବାରଲିଫ୍ଟିଂ ଆସୋସିଏଶନ ଅଫ୍ ଓଡ଼ିଶାର ସମ୍ପାଦକ ସଙ୍ଗୀତା ସିଂ ପ୍ରକାଶ କରିଛନ୍ତି।