Categories: ଜାତୀୟ

ହୁ’ ର ଗୁଡ୍‌ ଲିଷ୍ଟରେ ନାହାନ୍ତି ଦେଶର ୬ହଜାର ୫୦୦ଫାର୍ମା କମ୍ପାନୀ!

ନୂଆଦିଲ୍ଲୀ,୩।୮: ଭାରତର ୧୦ହଜାର ୫୦୦ ଫାର୍ମା କମ୍ପାନୀରୁ ୨୦୦୦କମ୍ପାନୀକୁ ଉତ୍ତମ ଗୁଣବତ୍ତା ପାଇଁ ସାର୍ଟିଫିକେଟ୍‌ ଦେଇଛି ହୁ। ଏହି କମ୍ପାନୀକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଉତ୍ତମ ଗୁଣବତ୍ତା (ଜିଏମପି) ଟ୍ୟାଗ୍‌ ମିଳିଛି। ତେବେ ବାକି ୬ହଜାର ୫୦୦ଫାର୍ମା କମ୍ପାନୀକୁ ଏହି ପ୍ରମାଣପତ୍ର ଦିଆଯାଇନାହିଁ। ଦେଶର ୮ହଜାର ୫୦୦ କମ୍ପାନୀ ଏମଏସଏମଇ ବର୍ଗରେ ଅଛନ୍ତି।
ସୂଚନାଯୋଗ୍ୟ, ଉତ୍ତମ ଗୁଣବତ୍ତା ଔଷଧ ପାଇଁ ଏହି ସାର୍ଟିଫିକେଟ୍‌ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତ, ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ ଗୁଣାତ୍ମକ ଔଷଧର ଉତ୍ପାଦନ ନିଶ୍ଚିତ କରିବାକୁ ଜିଏମପି ଆକ୍ଟରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share