ଏହି ଶିକ୍ଷାନୁଷ୍ଠାନରେ ୯୨ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୮।୩: କର୍ନାଟକର ମଣିପାଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଇତିମଧ୍ୟରେ ୯୨ରେ ପହଞ୍ଚିଛି। ପୂର୍ବରୁ ୫୯ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ବୁଧବାର ପୁଣି ୩୩ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଉଡୁପି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ମଣିପାଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି କ୍ୟାମ୍ପସ୍‌କୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବା ସହିତ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ ପରିଚୟ ପତ୍ର ଦେଖାଇବା ପରେ କ୍ୟାମ୍ପସ୍‌ରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share