Categories: ଜାତୀୟ

ଭାରତରେ ୧୭ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ୭ ଲକ୍ଷ ମସଜିଦ୍‌, ୯୬ କୋଟି ହିନ୍ଦୁଙ୍କ ଲାଗି ୨୦ ଲକ୍ଷରୁ ଅଧିକ ମନ୍ଦିର…

ନୂଆଦିଲ୍ଲୀ, ୧୬।୫ : କାଶୀ, ମଥୁରା, ଦିଲ୍ଲୀ, ଆଗ୍ରା ଠାରୁ ମଧ୍ୟପ୍ରଦେଶର ଧାର ପର୍ଯ୍ୟନ୍ତ ମନ୍ଦିର-ମସଜିଦକୁ ନେଇ ବିବାଦ ଜାରି ରହିଛି। ହିନ୍ଦୁ ସଂଗଠନ ଦାବି କରୁଛନ୍ତି ଯେ ମୁସଲମାନ ଆକ୍ରମଣକାରୀମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ ଆଘାତ ଦେଇଛନ୍ତି। ୬୦ ହଜାରରୁ ଅଧିକ ମନ୍ଦିର ଭାଙ୍ଗି ଦିଆଯାଇଥିଲା। ବହୁ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା।

ଏଥି ସହିତ, ମୁସଲମାନ ସଂଗଠନ ଗୁଡ଼ିକ ଉପାସନା ସ୍ଥାନ ଅଧିନିୟମ ୧୯୯୧କୁ ସୂଚିତ କରୁଛନ୍ତି। ଏହି ଅନୁଯାୟୀ, ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ବିଦ୍ୟମାନ ଥିବା କୌଣସି ଧର୍ମର ଉପାସନା ସ୍ଥାନକୁ ଅନ୍ୟ କୌଣସି ଧର୍ମର ପୂଜାପାଠ ସ୍ଥଳରେ ପରିଣତ କରାଯାଇପାରିବ ନାହିଁ। ଯଦି କେହି ଏହିପରି ଚେଷ୍ଟା କରନ୍ତି, ତେବେ ତାଙ୍କ ପ୍ରତି ଜେଲ ଦଣ୍ଡାଦେଶ ମଧ୍ୟ କରାଯାଇପାରେ। ଭାରତର ହିନ୍ଦୁ ଏବଂ ମୁସଲମାନମାନଙ୍କ ସଂଖ୍ୟା ମଧ୍ୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ।

ଦେଶରେ ଧାର୍ମିକ ସ୍ଥଳଗୁଡିକ ସମ୍ପର୍କିତ କୌଣସି ସରକାରୀ ତଥ୍ୟ ନାହିଁ। ତଥାପି, ବିଭିନ୍ନ ତଥ୍ୟ ଅନୁସନ୍ଧାନକାରୀ କମ୍ପାନୀ ନିଶ୍ଚିତ ଭାବରେ କିଛି ଆକଳନ ପ୍ରକାଶ କରିଛନ୍ତି। ଟ୍ରାଭେଲ ଟ୍ରାଙ୍ଗଲର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ୯୬.୬୨ କୋଟି ହିନ୍ଦୁ ଜନସଂଖ୍ୟାଙ୍କ ପାଇଁ ୨୦ ଲକ୍ଷରୁ ଅଧିକ ମନ୍ଦିର ଅଛି। ତାମିଲନାଡୁର ସର୍ବାଧିକ ତିନି ଲକ୍ଷ ମନ୍ଦିର ରହିଛି।

ମନ୍ଦିର ପରି ମସଜିଦ ସଂଖ୍ୟା ସମ୍ବନ୍ଧରେ ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତଥାପି, ଡାଟା ରିସର୍ଚ୍ଚ କମ୍ପାନୀଗୁଡିକଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶର ୧୭.୨୫ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ସାତ ଲକ୍ଷ ମସଜିଦ ଅଛି।

ଦେଶରେ ଅନ୍ୟ ସମ୍ପ୍ରଦାୟଙ୍କ ସଂଖ୍ୟା ମଧ୍ୟରେ ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ୨.୭୮ କୋଟି, ଶିଖ୍‌ଙ୍କ ସଂଖ୍ୟା ୨ କୋଟି, ବୌଦ୍ଧଙ୍କ ସଂଖ୍ୟା ୮୪ ଲକ୍ଷ, ଜୈନ ୪୪ ଲକ୍ଷ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟଙ୍କ ସଂଖ୍ୟା ୭୯ ଲକ୍ଷ ରହିଛି।

Share