ଭୋଜନ କରିବା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳେ। କିନ୍ତୁ ବେଳେବେଳେ ଭୋଜନ କରିବା ସମୟରେ ଆମେ ଜାଣତରେ ହେଉ ଅବା ଅଜାଣତରେ ଏଭଳି କିଛି କାର୍ଯ୍ୟ କରିଥାଉ; ଯଦ୍ଦ୍ବାରା ଅନ୍ନର ଅପମାନ ହୋଇଥାଏ। ଆସନ୍ତୁ ଜାଣିବା ଭୋଜନ ସହ ଜଡ଼ିତ ସେମିତି କିଛି ନିୟମ ସମ୍ପର୍କରେ…
ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ରୋଗ ଓ ମାନସିକ ଚାପ ଦୂର ହୁଏ। ମସ୍ତିଷ୍କକୁ ସ୍ଫୁର୍ତ୍ତି ମିଳିଥାଏ। ଖାଦ୍ୟ ଭଲଭାବେ ହଜମ ହୁଏ। ଯେଉଁମାନେ ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାକୁ ଚାହାନ୍ତି ସେମାନେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଭଲ। କ୍ୟାରିୟର ସଚେତନ ଯୁବପିଢି ଓ ବିଦ୍ୟାର୍ଥୀ ମଧ୍ୟ ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ହୋଇପାରେ। ପଶ୍ଚିମ ଦିଗକୁ ଲାଭର ଦିଗଭାବେ ବିବେଚନା କରାଯାଏ। ବ୍ୟବସାୟ, ଚାକିରି କରିଥିବା ବ୍ୟକ୍ତି ଏହି ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ କୌଣସି ହାନୀ ହୋଇ ନ ଥାଏ। ତେବେ ଯେଉଁମାନଙ୍କର ମାତାପିତା ଜୀବିତ ଅଛନ୍ତି ସେମାନେ ଏହି ଦିଗରେ ଖାଇବା ଉଚିତ ନୁହେଁ। ଭୋଜନ କରିବାକୁ ଗୋଟେ ଥର ବସିଲେ ପେଟପୂରା ଖାଦ୍ୟ ଖାଇସାରିକି ହିଁ ଉଠିବା ଦରକାର।