ଉତ୍ତରପ୍ରଦେଶର ପିଲିଭିତିରେ ଭିନ୍ନ ଧରଣର ଏକ ସାଇକେଲ ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ଯେତେବେଳେ ଏହି ସାଇକେଲ ରାସ୍ତାରେ ଗଡୁଛି ସେତେବେଳେ ଏହା ପାଖରେ ଯାଉଥିବା ଅନ୍ୟ ଯାନବାହନଗୁଡ଼ିକ ଛୋଟ ଦେଖାଯାଉଛନ୍ତି। ସାଇକେଲର ମାଲିକ ଏହାକୁ ଏତେ ସ୍ବତନ୍ତ୍ର ଭାବରେ ତିଆରି କରିଛନ୍ତି କି ଅନ୍ୟ ସାଇକେଲ ଏହା ତୁଳନାରେ ବହୁତ ଛୋଟ। ଅତାହ ହୁସେନ୍ ନାମକ ଜଣେ ବ୍ୟକ୍ତି ୬ ଫୁଟ ଉଚ୍ଚର ଏକ ସାଇକେଲ ନେଇ ଚାରିଆଡ଼େ ବୁଲି ଥାନ୍ତି। ଏହି ସାଇକେଲ ଯିଏ ଦେଖୁଛି ସେ ଘଡ଼ିଏ ଅଟକି ସେଲ୍ଫିଟିଏ ନେଉଛି।
ଉତ୍ତରପ୍ରଦେଶର ନିର୍ବାଚନୀ ମାହୋଲରେ ଏହି ସାଇକେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପାର୍ଟିରୁ କୌଣସି କମ୍ ନୁହେଁ। ହୁସେନ କୁହନ୍ତି, ତାଙ୍କର ଏହି ସାଇକେଲ ୬ ଫୁଟର। ନିଜର ସୌକ୍ ପାଇଁ ସେ ଏପରି ସାଇକେଲ ଚଢୁଛନ୍ତି।
ହୁସେନ ପିଲିଭିତିର ଚିଡିୟାଦା ଗାଁରେ ରୁହନ୍ତି। ତାଙ୍କର ଏକ ଗ୍ରୀଲ୍ ଦୋକାନ ଅଛି। ଏହା ସହିତ ସେ ସାଇକେଲ ମରାମତି ଦୋକାନ ମଧ୍ୟ କରିଛନ୍ତି। ଏପରି ସାଇକେଲ ତିଆରି କରିବାକୁ ତାଙ୍କର ଇଚ୍ଛା ଥିଲା। ସେହି ଇଚ୍ଛାକୁ ସେ ପୂରଣ କରିଛନ୍ତି। ସାଇକେଲକୁ ନେଇ ଏବେ ଅଞ୍ଚଳରେ ଖୁବ୍ ଚର୍ଚ୍ଚା। ଅଧିକାଂଶ ଲୋକ ହୁସେନଙ୍କୁ ଅଟକାଇ ଏହି ସାଇକେଲ ଚଲାଇବା ସହ ସେଲ୍ଫି ବି ନେଉଛନ୍ତି।