Categories: ଜାତୀୟ

ଦେଶରେ ୧୮ ଲକ୍ଷ ଟପିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ରବିବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୫୦୧ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୭,୮୮,୧୦୯ରେ ପହଞ୍ଚତ୍ ଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୧,୭୭,୧୫୦ ହୋଇଛି। ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରିଛି, ଅର୍ଥାତ୍‌ ୧୮,୦୧,୩୧୬ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହା ମୋଟ ସଂକ୍ରମଣର ୧୨.୧୮ ପ୍ରତିଶତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପର୍ଯ୍ୟନ୍ତ ମୋଟ ୧,୨୮,୦୯,୬୪୩ ଜଣ ସୁସ୍ଥ ହୋଇଛନ୍ତି।

Share