Posted inଖେଳ

ଦୌଡ଼ରେ ସ୍ମିଥ୍‌ଙ୍କ ସହ ଏକାଧିକ ଯୁବ ଖେଳାଳି ରହିଛନ୍ତି: ସିଏ

ମେଲବୋର୍ନ,୨୩।୧୨ (ପି.ଟି.): ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପଦରେ ପୁଣି ଥରେ ବ୍ୟାଟିଂ ସୁପରଷ୍ଟାର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ନିଯୁକ୍ତି ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏ ନେଇ ଭିନ୍ନ ମନ୍ତବ୍ୟ ଦେଇଛି। ନେତୃତ୍ୱ ନେବା ପାଇଁ ସ୍ମିଥ୍‌ଙ୍କ ସମେତ ଏକାଧିକ ମହାନ ଯୁବ ଖେଳାଳି ପ୍ରସ୍ତୁତ ଅଛନ୍ତି ବୋଲି ସିଏ ତରଫରୁ କୁହାଯାଇଛି। ୨୦୧୮ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଧରାପଡିବା ପରେ ସ୍ମିଥ୍‌ଙ୍କୁ ଟେଷ୍ଟ ଅଧିନାୟକ ପଦରୁ ବହିଷ୍କାର କରାଯାଇଥିଲା ଓ ଟିମ୍‌ ପେନ୍‌ଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ପୁଣି ସ୍ମିଥ୍‌ଙ୍କୁ ନେତୃତ୍ୱ ଦେବା ନେଇ ଆକଳନ ଆରମ୍ଭ ହୋଇଛି। ତେବେ ନେତୃତ୍ୱ ନେବା ପାଇଁ ଆମ ପାଖରେ ମେଗ, ଆରୋନ ଫିଞ୍ଚ୍‌ ଓ ଟିମ୍‌ ପେନ୍‌କ ଭଳି ବହୁତ ଭଲ ଯୁବ ଖେଳାଳି ରହିଛନ୍ତି ବୋଲି ସିଏ ଅଧ୍ୟକ୍ଷ ଅର୍ଲ ଏଡିଙ୍ଗ୍ସ କହିଛନ୍ତି। ଅଧିନାୟକ ପଦ ଦୌଡ଼ରେ ଆହୁରି କେତେକ ଯୁବ ଖେଳାଳି ମଧ୍ୟ ରହିଛନ୍ତି। କେବଳ ସ୍ମିଥ୍‌ ଏହି ହାଇପ୍ରୋଫାଇଲ ପଦ ଦୌଡ଼ରେ ନାହାନ୍ତି। ଜଣେ ଶ୍ରେଷ୍ଠ ଲିଡରଙ୍କୁ ଆମେ ବାଛିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ସ୍ମିଥ୍‌ ଜଣେ ମହାନ୍‌ ଯୁବ ଖେଳାଳି ଓ ଜଣେ ଭଲ ଅଧିନାୟକ ବୋଲି ସେ ସ୍ବୀକାର କରିଛନ୍ତି। ନୂଆ ନେତୃତ୍ୱ ନେଇ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଏ ନେଇ କୌଣସି ବିଧିବଦ୍ଧ ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି।
ଭିନ୍ନ ଭିନ୍ନ ସମୟରେ ଏକାଧିକ ଯୁବ ଖେଳାଳିଙ୍କୁ ଉପଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବାକୁ ସୁଯୋଗ ଦିଆଯାଇଛି। ଚୟନକର୍ତ୍ତାଙ୍କ ସୁପାରିସ କ୍ରମେ ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଏଡିଙ୍ଗ୍ସ କହିଛନ୍ତି। ମାଥ୍ୟୁ ଓ୍ବେଡ୍‌ ଉପଅଧିନାୟକ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ପେନ୍‌ ଓ ଫିଞ୍ଚ୍‌ ଯଥାକ୍ରମେ ଟେଷ୍ଟ ଓ ଦିନିକିଆରେ ନେତୃତ୍ୱ ନେଉଛନ୍ତି। ସେହିପରି ସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ମନ୍ତ୍ରଣା ଆରମ୍ଭ ହୋଇଛି। ତେଣୁ ସବୁ ଦୃଷ୍ଟିକୋଣରୁ ବିଚାର କରି ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଏଡିଙ୍ଗ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

Dillip Cherian

ଟାରିଫ୍‌ ଝଡ଼

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌...

ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବଳିପଡ଼ିଲେ ଆନ୍ନାମଲାଇ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୪:ତାମିଲନାଡ଼ୁ ବିଧାନସଭାର ଆସନ ସଂଖ୍ୟା ୨୩୪। ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୮। ୨୦୨୧ ଏପ୍ରିଲ ୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବତନ...

ରାଜପଥରେ କିଏ ଛାଡ଼ିଗଲା ବାଇକ୍‌, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍‌ ଛାଡ଼ି ପଲାଇଯାଇଥିବା ନେଇ...

ଭିଜିଲାନ୍ସ କୋର୍ଟରେ ପୂର୍ବତନ ସିଡିପିଓ ଦଣ୍ଡିତ

ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ପୂର୍ବତନ ସିଡିପିଓ ବିଜୟା ଲକ୍ଷ୍ମୀ ମାରାଣ୍ଡି ଶୁକ୍ରବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image