ନୂଆ ବସ୍‌ଷ୍ଟାଣ୍ଡରେ ରହୁନାହିଁ ବସ୍‌

ଆଳି,୨୮ା୪(ବନମାଳୀ ସେନାପତି)ଦୀର୍ଘ ଦଶନ୍ଧି ଧରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଆଳିରୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ କଟକ ଭୁବନେଶ୍ୱର ଯାତାୟାତ କରୁଛି। ବସ୍‌ରେ ଯିବା ନିମନ୍ତେ ଯାତ୍ରୀମାନେ ଆଳି ଅନ୍ନପୂର୍ଣ୍ଣା ପଡ଼ିଆ ସମେତ ବିଭିନ୍ନ ଛକରେ ବସ୍‌କୁ ଅପେକ୍ଷା କରିଥାନ୍ତି। ବସ୍‌ଗୁଡ଼ିକ ରାଜ୍ୟ ରାଜପଥ ଉପରେ ଠିଆ ହୋଇ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ନେବା ଆଣିବା କରିଥାନ୍ତି। ଯାତ୍ରୀମାନେ ଯେଉଁଠି ବସ୍‌ ଚଢିଥାନ୍ତି ସେଠାରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଖରା,ବର୍ଷା ଓ ଶୀତରେ ବହୁ କଷ୍ଟରେ ଯାତାୟାତ କରିଥାନ୍ତି। ଏହାକୁ ଲକ୍ଷ୍ୟ କରି ଆଳିର କେତେଜଣ ବୁଦ୍ଧିଜୀବୀ ସ୍ଥାନୀୟ ଅଞ୍ଚଳରେଏକ ସ୍ଥାୟୀ ବସ୍‌ଷ୍ଟାଣ୍ଡ, ଯାତ୍ରୀ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଦାବି କରିଆସୁଥିଲେ । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ଗୌଡ଼ପାଟଣା ନିକଟରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ସହିତ ଯାତ୍ରୀମାନଙ୍କ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ପୁରୁଷ ଓ ମହିଳା ଯାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ସମେତ ସ୍ବଚ୍ଛ ପାନୀୟ ଜଳ ଓ ବସ୍‌କୁ ଅପେକ୍ଷା କରିବା ନିମନ୍ତେ ଅପେକ୍ଷାସ୍ଥଳୀ ନିର୍ମାଣ କରାଯାଇଛି। ହେଲେ ଏ ସବୁ ସୁବିଧା ଯାତ୍ରୀମାନଙ୍କ କାମରେ ଲାଗୁନି ।

ଆଳିରୁ ଜିଲା ବାହାରକୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ବସ୍‌ କଟକ, ଭୁବନେଶ୍ୱର ଯାଉଥିବା ବେଳେ ସେଗୁଡିକ କେବଳ ବସ୍‌ଷ୍ଟାଣ୍ଡକୁ ଗୋଟିଏ ପଟେ ପ୍ରବେଶ କରି ଅନ୍ୟ ପଟେ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ଯାଉଛନ୍ତି । କିନ୍ତୁ ଦୀର୍ଘ ବର୍ଷ ହେବ ଯେଉଁଭଳି ଭାବେ ଆଳି ନୂଆବଜାର ଅନ୍ନପୂର୍ଣ୍ଣା ପଡ଼ିଆ ନିକଟରେ ରାଜ୍ୟ ରାଜପଥ ଉପରୁ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରୁଥିଲେ ଏବେ ବି ସେହି ଭଳି ରାସ୍ତା କଡ଼ରେ ନଚେତ୍‌ କେଉଁ ଦୋକାନ ପିଣ୍ଡାରେ ଠିଆ ହୋଇ ଅପେକ୍ଷା କରୁଛନ୍ତି। ବୁଦ୍ଧିଜୀବୀମାନଙ୍କ କହିବା କଥା ଯଦି ବସ୍‌ଗୁଡ଼ିକ ନୂଆ ବସ୍‌ଷ୍ଟାଣ୍ଡରେ କିଛି ସମୟ ଅଟକି ରୁହନ୍ତା ତେବେ ଯାତ୍ରୀମାନେ ସେଠାରେ ଅପେକ୍ଷା କରନ୍ତେ। ହେଲେ ସେଥିପାଇଁ କୌଣସି ନିୟମ ଲାଗୁ କରାଯାଇ ନାହିଁ। ଅପରପକ୍ଷେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଲୋକମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ଦିନ ୧୧ଟା ପରେ ଅତି ଜରୁରୀ କାମ ନ ଥିଲେ ଘରୁ ବାହାରିବା ଉପରେ ସରକାର ରୋକ୍‌ ଲଗାଇଛନ୍ତି। ହେଲେ ସେହି ସମୟରେ ଯାତ୍ରୀବାହୀ ବସ୍‌ଗୁଡ଼ିକ ବିନା ବାଧାରେ ଯାତାୟାତ କରୁଛି ା ଏହା ଉପରେ ରୋକ୍‌ ଲଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri