ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ ବାହାର ସବୁଠି ତାତି ଥିବାବେଳେ ଜାରକା ବସ ଷ୍ଟାଣ୍ଡକୁ ଆସୁଥିବା ଲୋକେ ଛଟପଟ ହେଉଛନ୍ତି। କୌଣସି ସ୍ଥାନକୁ ଯିବା ପାଇଁ ଯାତ୍ରୀଙ୍କୁ ଏଠାରେ ପ୍ରବଳ ଖରାରେ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାକୁ ନେଇ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବାକୁ ଦାବି ହୋଇଛି।
ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଯାଜପୁର ଜିଲାର ପ୍ରମୁଖ ଅଞ୍ଚଳରେ ଗଣତି ହୋଇଥିବାବେଳେ କିଛି ଦିନ ତଳେ ଏହା ଏନ୍‌ଏସିର ମାନ୍ୟତା ମଧ୍ୟ ପାଇଛି। ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ଏହା ବହୁ ପାଦ ଆଗକୁ ବଢ଼ିଥିଲେ ମଧ୍ୟ ଅନେକ ସମସ୍ୟା ରହିଛି। ଏହା ମଧ୍ୟରେ ଜାରକାରେ ଥିବା ବସଷ୍ଟାଣ୍ଡ ଅନ୍ୟତମ ସମସ୍ୟା। ଏହି ସମସ୍ୟା ଦୀର୍ଘବର୍ଷର ହୋଇଥିଲେ ବି ସମାଧାନ ହୋଇପାରୁନାହିଁ। ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ରୋଗୀ ହୁଅନ୍ତୁ କି ବ୍ୟବସାୟୀ, ସମସ୍ତେ ଏହି ସ୍ଥାନରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ଆସିଥାନ୍ତି। ତେଣୁ ଏଠାରେ ସବୁ ସମୟରେ ଭିଡ଼ ଜମିଥାଏ। କଲେଜ ଛାତ୍ରୀଛାତ୍ର ମଧ୍ୟ ବସ୍‌ରେ ଯିବାକୁ ଏଠାରେ ଅପେକ୍ଷା କରିଥାନ୍ତି। ହେଲେ ବିଶ୍ରାମଗାର ନ ଥିବାରୁ ଖରା ବର୍ଷାଦାଉରୁ ନିଜକୁ ରକ୍ଷା କରିବା ପାଇଁ କେତେଜଣ କାହା ଦୋକାନ ତଳେ ଛିଡ଼ା ହୋଇଥାନ୍ତି। ସେଥିପାଇଁ କିଛି ଦୋକାନୀଙ୍କଠାରୁ ଅନେକ କଥା ମଧ୍ୟ ଶୁଣିବାକୁ ପଡ଼ିଥାଏ। ଏହି କାରଣରୁ ଅନେକ ଯାତ୍ରୀ ଖରାବର୍ଷାରେ ବସକୁ ଅପେକ୍ଷା କରୁଥିବା କହିଛନ୍ତି। ସେହିପରି ଏଠାରେ ଫ୍ଲାଏଓଭର ବ୍ରିଜ୍‌ ହେବା ପରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ଅନେକ ବସ ଫ୍ଲାଏଓଭର ବ୍ରିଜ୍‌ ଉପର ଦେଇ ଯାତାୟାତ କରୁଛି। ଅଳ୍ପ ସଂଖ୍ୟକ ବସ ଫ୍ଲାଏଓଭର ବ୍ରିଜ୍‌ ତଳ ରାସ୍ତାରେ ଯାଉଛି। ଫ୍ଲାଏଓଭର ବ୍ରିଜ୍‌ ଉପର ଦେଇ ଯାଉଥିବା ବସଗୁଡ଼ିକ ତାହାର ଆରମ୍ଭରେ ଯାତ୍ରୀଙ୍କୁ ଛାଡି ଚାଲିଯାଉଛି। ଫଳରେ ଯେଉଁ ଯାତ୍ରୀମାନେ ଛୋଟ ପିଲା ଓ ସାଙ୍ଗରେ ବ୍ୟାଗ ଧରି ଆସିଥାନ୍ତି, ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରସୁଲପୁର ବ୍ଲକ ଅଞ୍ଚଳର ଯାତ୍ରୀ ରିଙ୍କିଶ୍ରୀ ଓଝା କହିଛନ୍ତି, ତାଙ୍କ ପୁଅର ଦେହ ଖରାପ। ତେଣୁ ସେ ତାକୁ ଧରି ବସ ଯୋଗେ ଧର୍ମଶାଳା ମେଡିକାଲକୁ ଆସିଥିଲେ। ଯିବା ପାଇଁ ବହୁ ସମୟ ଧରି ଖରା ଗରମରେ ଅପେକ୍ଷା କରିଥିଲେ। ଯାତ୍ରୀ ବିଶ୍ରାମାଗାର ଥିଲେ ତାଙ୍କୁ କିଛି ଅସୁବିଧା ହୋଇ ନ ଥାନ୍ତା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏଠାରେ ଚେୟାର କିଛି ପଡ଼ିଛି। ହେଲେ ଖରାରେ ସେଥିରେ ବସିବା ସମ୍ଭବ ହେଉନାହିଁ। ପ୍ରଶାସନ ଶୀଘ୍ର ଯାତ୍ରୀ ବିଶ୍ରାମାଗାର ନିର୍ମାଣ କଲେ ଯାତ୍ରୀଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri