ରାସ୍ତା, ପାନୀୟ ଜଳ ସହ ନାହିଁ ବିଦ୍ୟୁତ୍‌ ବ୍ୟବସ୍ଥା

କୋରୁକୋଣ୍ଡା,୧୯ା୫(ଡି.ଏନ୍‌. ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ନୂଆଁଗୁଡା ଗ୍ରାମ। ଗ୍ରାମଟି ପଞ୍ଚାୟତ ସଦରଠାରୁ ମାତ୍ର ୫ କି.ମି. ବ୍ଲକ ସଦରରୁ ୨୦ କିମି. ଦୂରରେ ରହିଛି। ଗ୍ରାମଟି ପ୍ରଥମେ କୁଡୁମୁଲୁଗୁମ୍ମା ଅଧୀନରେ ଥିଲା। ୨୦୧୭ରେ ସୋମନାଥପୁର ପଞ୍ଚାୟତ କୋରୁକୋଣ୍ଡା ବ୍ଲକ ସହିତ ସାମିଲ ହେଲା। ନୂଆଗୁଡା ଗ୍ରାମବାସୀ ପୂର୍ବରୁ କୁଡୁମୁଲୁଗୁମ୍ମା ଅଧୀନରେ ପ୍ରାୟ ୧୯ବର୍ଷ ରହିଥିବା ବେଳେ ବର୍ତ୍ତମାନ କୋରୁକୋଣ୍ଡା ବ୍ଲକ ଅଧୀନରେ ୯ବର୍ଷ ରହିଲେଣି। ନୂଆଁଗୁଡାରେ ରହୁଥିବା ୧୫ପରିବାରକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ପ୍ରଶାସନ ବିଫଳ ହୋଇଛି। କୌଣସି ମୌଳିକ ସୁବିଧା ନ ପାଇବାରୁ ୭ ପରିବାର ଅନ୍ୟତ୍ର ଯାଇ ବସବାସ କରୁଛନ୍ତି। ବର୍ତ୍ତମାନ ଗ୍ରାମରେ ୮ଟି ପରିବାରର ୫୫ଜଣ ବାସ କରୁଛନ୍ତି। ଉକ୍ତ ଗ୍ରାମକୁ ଯିବାକ ହାତୀଆମ୍ବ ଗ୍ରାମକୁ ଯାଇ ସେଠାରୁ ଜଙ୍ଗଲ ରାସ୍ତାରେ ଚାଲି ଚାଲି ୩କି.ମି. ଗଲେ ପଡେ ନୂଆଁଗୁଡା ଗ୍ରାମ। ଏବେ ମଧ୍ୟ ରୋଗୀଙ୍କୁ ଭାରରେ ୩ କି.ମି. ବୋହି ହାତୀଆମ୍ବ ଗ୍ରାମକୁ ନେଲାପରେ ଆମ୍ବୁଲନ୍ସ ସାହାଯ୍ୟରେ ଡାକ୍ତରଖାନାକୁ ନେବାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀ କହନ୍ତି, ୩ମାସତଳେ ଗ୍ରାମର ଅଭି ଗୁଡିଆଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଭାରରେ ବୋହି ହାତୀଆମ୍ବ ପର୍ଯ୍ୟନ୍ତ ନେଉଥିଲୁ। ପାହାଡ ଚଲା ରାସ୍ତାରେ ସେ ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ପରେ ଆମେ ସେଠାରୁ ଲକ୍ଷ୍ମୀଙ୍କୁ ଆତୀଆମ୍ବ ପର୍ଯ୍ୟନ୍ତ ନେଇ ସେଠାରୁ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ରାସ୍ତା ସମସ୍ୟା ନେଇ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ରାସ୍ତାକାମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ପରେ ଏହା ବନ୍ଦ ହୋଇଯାଇଥିଲା। ସେହିପରି ଏଯାଏ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଗ୍ରାମରେ ବିଦ୍ୟୁତ୍‌ ବିଭାଗ ତାର ଟାଣି କିଛି ଦିନ ପକାଇ ରଖି ଏବ ୧୫ ଦିନ ତଳେ ଟ୍ରାନ୍ସଫର୍ମର ବସାଇଛି। ମାତ୍ର ଗ୍ରାମରେ କୌଣସି ପରିବାରକୁ ବର୍ତ୍ତମାନ ସୁଦ୍ଧା ବଦ୍ୟୁତ୍‌ ସଂଯୋଗ ଦେଇନାହିଁ। ଗ୍ରାମବାସୀଙ୍କ ଜଳକଷ୍ଟ ମଧ୍ୟ ନ କହିବା ଭଲ। ଗ୍ରାମଠାରୁ ୧କିମି ଦୂରରେ ଥିବା ଏକ ଝରଣାରୁ ପାଣି ଗ୍ରାମବାସୀ ବ୍ୟବହାର କରୁଛନ୍ତି। ଅନେକ ଥର ଗ୍ରାମବାସୀ ଗ୍ରାମରେ ନଳକୂପଟିଏ ଖନନ ଲାଗି କହି ଆସୁଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୋରୁକୋଣ୍ଡା ବିଡିଓ ବେଦବ୍ୟାସ ଭୋଇଙ୍କୁ ପଚାରିବାରୁ ସେ କହିଲେ, ଖୁବ୍‌ଶୀଘ୍ର ଉକ୍ତ ଗ୍ରାମର ରାସ୍ତା ସହ ଅନ୍ୟ ସମସ୍ୟା ସମାଧାନ କରିବାକୁ ସେ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri