Categories: ଫୁରସତ

ଏହି ଦେଶରେ ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ନାହିଁ, କୁକୁର ହିଁ ଯାତାୟାତର ମାଧ୍ୟମ

ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍‌ଲାଣ୍ଡ।
ଆର୍କଟିକ୍‌ର ଏକ ଅଞ୍ଚଳ, ଯେଉଁଠାରେ ଚାରିଆଡ଼େ ବରଫ ପଡ଼ିଥାଏ। ଏହି ଦେଶ ସ୍ବୟଂଶାସିତ ଦେଶ। କିନ୍ତୁ ମୁଖ୍ୟତଃ ଡେନମାର୍କ ଦ୍ୱାରା ନିୟନ୍ତ୍ରିତ।

କ୍ଷେତ୍ର ଦୃଷ୍ଟିରୁ ଗ୍ରୀନ୍‌ଲାଣ୍ଡ ହେଉଛି ଦ୍ୱାଦଶ ବୃହତ୍ତମ ଦେଶ ଏବଂ ବ୍ରିଟେନଠାରୁ ୧୦ଗୁଣ ବଡ଼। ଏହାର ୨୦ ଲକ୍ଷ ବର୍ଗ କିଲୋମିଟରରେ କେବଳ ପଥର ଏବଂ ବରଫ ପଡ଼ିଥାଏ। ଏଠାରେ ଜନସଂଖ୍ୟା ମାତ୍ର ୫୮ ହଜାର।


ଗ୍ରୀନଲାଣ୍ଡରେ ପରିବହନର ମୁଖ୍ୟ ମାଧ୍ୟମ ହେଉଛି ଗ୍ରୀଷ୍ମ ଋତୁରେ ଡଙ୍ଗା ଏବଂ ଶୀତଦିନେ କୁକୁର ସ୍ଲଜ୍‌ ଗାଡ଼ି ଟାଣିଥାଏ। ଲୋକମାନେ ଏହା ଉପରେ ବସି ସେମାନଙ୍କ ଯାତ୍ରାକୁ ସଫଳ କରିଥାନ୍ତି। ଅବଶ୍ୟ କିଛି ବର୍ଷ ହେବ ଏଠାରେ ହେଲିକପ୍ଟର ଏବଂ ବିମାନ ଚଳାଚଳ କରୁଛି।

Share