ସଲ୍‌ମାନଙ୍କ ସହ କାମ କରିବାକୁ କିଛି ରୁଲ୍‌ ନାହିଁ

ମୁମ୍ବାଇ: ବିଗ୍‌ବସ୍‌ ଫେମ୍‌ ଶେହେନାଜ୍‌ ଗିଲ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ସହ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ରେ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ଶେହେନାଜ୍‌ଙ୍କ ସହ ଅଭିନେତ୍ରୀ ପଲକ୍‌ ତିୱାରୀ କହିଥିଲେ କି ସଲ୍‌ମାନଙ୍କ ସହ କାମ କରିବାକୁ ହେଲେ କିଛି ରୁଲ୍‌ ମାନିବାକୁ ହେବ। ପୂର୍ବରୁ ସଲ୍‌ମାନଙ୍କ ସହ ଏକ ଫିଲ୍ମ କରିବାବେଳେ ତାଙ୍କୁ ଏପରି କିଛି ରୁଲ୍‌ ମାନିବାକୁ ପଡିଥିବା ସେ କହିଥିଲେ। ହେଲେ ଏଥିରେ ଶେହେନାଜ୍‌ ଉତ୍ତର ରଖି କହିଛନ୍ତି, ଟ୍ରେଲର ରିଲିଜ୍‌ ହେବା ସମୟରେ ସେ ବୋଲ୍ଡ ଡ୍ରେସ ପିନ୍ଧିଥିଲେ। ତାଙ୍କ ସହିତ କାମ କରିବାକୁ ପ୍ରକୃତରେ ସେମିତି କିଛି ରୁଲ୍‌ ନାହିଁ ବୋଲି ସେ ସଫେଇ ଦେଇଥିଲେ। ତେବେ ପଲକ୍‌ଙ୍କ ଏପରି ମନ୍ତବ୍ୟରେ ଶେହେନାଜ୍‌ ଏପରି ଯୁକ୍ତି ବାଢ଼ିଥିଲେ। ଶେହେନାଜ୍‌ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଥିବାବେଳେ ସେ ବିଗବସ୍‌ ଜରିଆରେ ସେ ପରିଚିତ ହୋଇଥିଲେ।

Share