୬୦୬ରୁ ଅଛନ୍ତି ମାତ୍ର ୧୯୯ ଡାକ୍ତର

ଭବାନୀପାଟଣା,୧୧ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗରେ ଏବେ ଅନେକ ପଦବୀ ଖାଲି ପଡିଛି। ଫଳରେ ଜିଲାବାସୀ ଠିକ୍‌ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଉ ନ ଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୬୦୬ ଡାକ୍ତର ପଦବୀ ରହିଥିବାବେଳେ ଏବେ ମାତ୍ର ୧୯୯ ଜଣ ରହିଛନ୍ତି। ୪୦୭ ଜଣ ଅର୍ଥାତ୍‌ ୬୭% ଡାକ୍ତର ପଦବୀ ଖାଲିପଡିଛି। ସେହିପରି ଆୟୁଷ ମେଡିକାଲ ଅଫିସର ୫୫ ମଧ୍ୟରୁ ବର୍ତ୍ତମାନ ୪୧ ଥିବାବେଳେ ୧୪ଟି ପଦବୀ ଖାଲିପଡିଛି। ଷ୍ଟାଫ୍‌ନର୍ସ ୩୫୬ ମଧ୍ୟରୁ ୨୩୯ଜଣ ଥିବାବେଳେ ୧୧୭ଟି ଖାଲିପଡିଛି। ସିଏଚ୍‌ଓ (କମୁନିଟି ହେଲ୍‌ଥ ଅଫିସର) ୧୯୯ ମଧ୍ୟରୁ ୧୮୬ ଜଣ ରହିଥିବାବେଳେ ୧୩ ପଦବୀ ଖାଲିପଡିଛି। ଫାର୍ମାସିଷ୍ଟ ୯୦ ମଧ୍ୟରୁ ବର୍ତ୍ତମାନ ୭୬ ଜଣ ରହିଥିବାବେଳେ ୧୪ ପଦବୀ ଖାଲିପଡିଛି। ଏମ୍‌ପିଏଚ୍‌ଏସ୍‌ (ପୁରୁଷ) ୬୦ରୁ ୪୬ ଜଣ ରହିଥିବାବେଳେ ୧୪ ପଦବୀ ଖାଲିପଡିଛି। ଏମପିଏଚ୍‌ଏସ୍‌ (ମହିଳା)/ଏଲ୍‌ଏଚ୍‌ଭି ୪୬ରୁ ୧୭ ଜଣ ରହିଥିବାବେଳେ ୨୯ ପଦବୀ ଖାଲିପଡିଛି। ଏଲ୍‌ଟି ୫୫ଜଣ ମଧ୍ୟରୁ ୨୯ ଜଣ ରହିଥିବାବେଳେ ୨୬ ପଦବୀ ଖାଲି ପଡିଛି। ରେଡିଓଗ୍ରାଫର ୧୯ଜଣଙ୍କ ମଧ୍ୟରୁ ୧୬ ଜଣ ରହିଥିବାବେଳେ ୩ ପଦବୀ ଖାଲିପଡିଛି। ଏମ୍‌ପିଏଚ୍‌ଡବ୍ଲ୍ୟୁ (ପୁରୁଷ) ୧୮୫ ମଧ୍ୟରୁ ୧୮୧ ଜଣ ରହିଥିବାବେଳେ ୪ ପଦବୀ ଖାଲିପଡିଛି। ଏହି ତଥ୍ୟ ଦେଖିଲେ ଜିଲାରେ କିପରି ସ୍ବାସ୍ଥ୍ୟ ସେବା ପରିଚାଳନା ହେଉଥିବ ତାହା ସହଜେ ଅନୁମେୟ। ବୁଧବାର ଜିଲାପରିଷଦ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡା. ମିନତୀଲତା ଦାସ ଏହି ସମସ୍ୟା ଉପସ୍ଥାପନ କରିଥିଲେ। ଜିଲାରେ ଏତେ କମ୍‌ ସଂଖ୍ୟକ ଡାକ୍ତର, କର୍ମଚାରୀ ପଦବୀ ଖାଲିପଡିଥିବାରୁ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଟିଏ ଉପଖଣ୍ଡ ଡାକ୍ତରଖାନା, ୧୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୪୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୟୁଏଚ୍‌ଡବ୍ଲ୍ୟୁସି ୪ ଓ ଉପସ୍ବାସ୍ଥ୍ୟ କେନ୍ଦ୍ର ୨୪୧ଟି ରହିଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri