ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜ଼ିଲାରେ ଥିବା ଶିକ୍ଷାନୁଷ୍ଠାନକୁ ଦୁଇ ଚକିଆ ଯାନ ଆଣିବା ନେଇ ଗୁରୁବାର କେତେକ କଟକଣା ଲଗାଯାଇଛି। ଏଣିକି ସ୍କୁଲ ଓ କଲେଜକୁ ଦୁଇ ଚକିଆ ଯାନ ନେଇ ଆସିଲେ ସମସ୍ତ ଷ୍ଟାଫ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ ହେଲମେଟ ପିନ୍ଧିବା ସହ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ ନେଇ ଆସିବା ବାଧ୍ୟତାମୂଳକ। ଏନେଇ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏ ସମ୍ପର୍କରେ ରାଜ୍ୟର ସ୍କୁଲ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ସେ ଚିଠି ଲେଖିଥିଲେ। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ବିଭାଗଠାରୁ ସମସ୍ତ କଲେଜକୁ ଚିଠି ଆସିଛି ଏବଂ ଜିଲାପାଳଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।