Categories: ଜାତୀୟ

ଭାଜପା ହାରିବା ଆଶଙ୍କା ଥିବା ଅଞ୍ଚଳରେ ହେଉଛି ଦଙ୍ଗା: ସଞ୍ଜୟ ରାଉତ…

ମୁମ୍ବାଇ,୩।୪ : ପଶ୍ଚିମବଙ୍ଗ, ବିହାର ଇତ୍ୟାଦି ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ହେବାର ଖବର ରହିଛି। ଏହାକୁ ନେଇ ଶିବସେନା ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଭାବରେ ଘଟୁଛି । ଏଭଳି ଘଟଣା ପାଇଁ ସେ ଭାଜପାକୁ ଦାୟୀ କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ ଯୋଜନାବଦ୍ଧ ଭାବରେ ବଙ୍ଗଳାରେ ହିଂସା ସୃଷ୍ଟି କରାଯାଉଛି। ଯେତେବେଳେ ନିର୍ବାଚନ ପାଖେଇ ଆସେ କିମ୍ବା ଯେଉଁ ଅଞ୍ଚଳରେ ଭାଜପାର ପରାଜୟ ହେବାର ଆଶଙ୍କା ରହିଛି, ସେଠାରେ ଦଙ୍ଗା ଘଟୁଛି। ଭାଜପା ଜାଣିଶୁଣି ଏଭଳି କରୁଛି ବୋଲି ସେ କହିଛନ୍ତି।

Share