ଜେନେଭା,୧୪।୧୦ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏପରିସ୍ଥଳେ ଗାଜା ଅଞ୍ଚଳରେ ବାସ କରୁଥିବା ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନିଜ ଘର ଛାଡିବାକୁ ଇସ୍ରାଏଲ ଚେତାବନୀ ଦେଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗୁଟେରସ କହିଛନ୍ତି ଏତେ ସଂଖ୍ୟକ ଲୋକ ମାତ୍ର ୨୪ ଘଣ୍ଟା ମଧ୍ୟରେ ଘର ଛାଡିବା ଅସମ୍ଭବ। ଯୁଦ୍ଧର ମଧ୍ୟ କିଛି ନିୟମ ରହିଛି। ଗାଜା ପୃଥିବୀର ସବୁଠାରୁ ଘନତ୍ୱ ଅଞ୍ଚଳ। ଇସ୍ରାଏଲ ପକ୍ଷରୁ ଜାତିସଂଘ କର୍ମଚାରୀଙ୍କୁ ମଧ୍ୟ ଗାଜା ଛାଡିବାକୁ କୁହାଯାଇଛି। ଗାଜାରୁ ଏତେ ସଂଖ୍ୟକ ଲୋକଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରଣ କରିବା କମ ସମୟ ମଧ୍ୟରେ ସମ୍ଭବ ହେବ ନାହିଁ। ସ୍ଥାନାନ୍ତରଣ ପୂର୍ବରୁ ଖାଦ୍ୟ ପାନୀୟ ବିଷୟରେ ଚିନ୍ତା କରିବା ଜରୁରୀ।