‘ଯବାନ’ର ରିଲିଜ ଡେଟରେ ହୋଇପାରେ ପରିବର୍ତ୍ତନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ଯବାନ’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ‘ପଠାନ’ର ସଫଳତା ପରେ ଏବେ ଦର୍ଶକେ ବଡ ଉତ୍ସୁକତାର ସହ ‘ଯବାନ’ର ରିଲିଜକୁ ଅପେକ୍ଷା ରଖିଛନ୍ତି । ସାଉଥ ସିନେମାର ନାମୀ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ମୁଭି ‘ଯବାନ’କୁ ନେଇ ଏବେ ବଡ ଅପଡେଟ୍ସ ସାମ୍ନାକୁ ଆସିଛି ।
‘ଯବାନ’ର ରିଲିଜ ଡେଟରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି । ଗତ ବର୍ଷ ଜୁନରେ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କ ଅପକମିଂ ମୁଭି ‘ଯବାନ’ର ଟିଜର ରିଲିଜ କରିଥିଲେ । ଆଉ ଏହାପରଠାରୁ ଦର୍ଶକେ ମୁଭିର ରିଲିଜକୁ ଅପେକ୍ଷା ରଖିଛନ୍ତି । ଏବେ ଖବର ଆସିଛି କି ‘ଯବାନ’ର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇପାରେ । ମୁଭି କ୍ରିଟିକ୍ସ ସୁମିତ କଡେଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଟେଷ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସେ ଶାହାରୁଖ ଖାଁଙ୍କ ଅପକମିଂ ମୁଭି ‘ଯବାନ’କୁ ନେଇ କିଛି ସୂଚନା ଦେଇଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସୁମିତ କଡେଲ ସୂଚନା ଦେଇଛନ୍ତି କି ଶାହାରୁଖ ଖାଁଙ୍କ ମୁଭି ‘ଯବାନ’ର ରିଲିଜ ଡେଟକୁ ଚେଞ୍ଜ କରାଯାଇପାରେ । ଏବେ ପର୍ଯ୍ୟନ୍ତ ସୂଚନା ରହିଛି କି ‘ଯବାନ’ ୨ ଜୁନ ୨୦୨୩ରେ ସିନେମା ହଲରେ ରିଲିଜ କରାଯିବ । ହେଲେ ରିଲିଜ୍ ଡେଟ ପରିବର୍ତ୍ତନକୁ ନେଇ ଏବେ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ଅଫିସିଆଲି କୌଣସି ଅପଡେଟ ଆସିନାହିଁ । ନା ଫିଲ୍ମର ନୂଆ ରଲିଜ ଡେଟକୁ ନେଇ କୌଣସି ସୂଚନା ଦିଆଯାଇଛି ।

Share