Categories: ବାଣିଜ୍ୟ

୪୦% ବୃଦ୍ଧି ଘଟିଛି ଟିକସ ଆଦାୟ

ନୂଆଦିଲ୍ଲୀ,୨୦।୧୨: ଚଳିତବର୍ଷ ଡିସେମ୍ବର ମଧ୍ୟଭାଗ ସୁଦ୍ଧା ଦେଶର ଆଭନ୍ତରୀଣୟ ପ୍ରତ୍ୟକ୍ଷ ଟିକସ ଆଦାୟ ୪୦% ବୃଦ୍ଧି ଘଟି ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଫଳରେ ବଜେଟରେ ଆକଳନ କରାଯାଇଥିବା ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ସରକାର ଅଧିକ ପରିମାଣର ଟିକସ ସଂଗ୍ରହ କରିପାରନ୍ତି ବୋଲି ଆଶା କରାଯାଉଛି। ଚଳିତବର୍ଷର ଏପ୍ରିଲ-ଡିସେମ୍ବର ଅବଧି ମଧ୍ୟରେ ମୋଟାମୋଟି ଭାବେ ଟିକସ ଆଦାୟ ୪୮% ବୃଦ୍ଧି ଘଟି ୧୦.୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ୨୦୨୦-୨୧ରେ ସଂଗ୍ରହ କରାଯାଇଥିବା ମୋଟ ପ୍ରତ୍ୟକ୍ଷ ଟିକସ ତୁଳନାରେ ବର୍ତ୍ତମାନର ଆଦାୟ ପରିମାଣ ପ୍ରାୟ ୬୦%ରୁ ଅଧିକ ରହିଛି। ଗତବର୍ଷ କୋଭିଡ-୧୯ ଯୋଗୁ ସାରା ଦେଶର ଅର୍ଥନୀତି ବ୍ୟାପକ ପରିମାଣରେ ହ୍ରାସ ଘଟି ସଙ୍କଟ ଆଡ଼କୁ ଚାଲିଯାଇଥିଲା। ଏହା ଫଳରେ ସାରା ଦେଶରେ ନିଯୁକ୍ତି ହ୍ରାସ ସହ ଲୋକଙ୍କ ବେତନ କାଟ କରାଯାଇଥିଲା। ବର୍ତ୍ତମାନ ଅନେକ କ୍ଷେତ୍ରରେ ସୁଧାର ପରିଲକ୍ଷିତ ହୋଇଛି, ଫଳସ୍ବରୂପ ଦେଶର ଅର୍ଥନୀତିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।

Share