ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା

କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍‌ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍‌-ୟୁଏମ୍‌ଏଲ୍‌ ମଧ୍ୟରେ ସୋମବାର ରାତିଅଧିଆ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଡିଲ୍‌ ଅନୁଯାୟୀ ମେଣ୍ଟ ସରକାର ବଦଳରେ ନୂଆ ଜାତୀୟ ସହମତି ସରକାର ଗଠନ କରାଯିବ।

ଅନ୍ୟପକ୍ଷରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମଙ୍ଗଳବାର ମନା କରିଦେଇଛନ୍ତି। ନୂଆ ମେଣ୍ଟ ଗଠନ ଲାଗି ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ ୟୁନିଫାଏଡ୍‌ ମାର୍କ୍ସିଷ୍ଟ ଲେନିନିଷ୍ଟ (ସିପିଏନ୍‌-ୟୁଏମ୍‌ଏଲ୍‌) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମଧ୍ୟରେ ବୁଝାମଣା ହୋଇଛି। ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ନାରାୟଣ ପ୍ରକାଶ ସାଉଦ ଏହି ସୂଚନା ଦେଇଛନ୍ତି। ଉକ୍ତ ବୁଝାମଣା ଅନୁଯାୟୀ ୭୮ ବର୍ଷୀୟ ଦେଉବା ଏବଂ ୭୨ ବର୍ଷୀୟ ଓଲି ପାର୍ଲାମେଣ୍ଟର ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ପାଳି କରି ପ୍ରଧାନମନ୍ତ୍ରୀ ହେବେ।

ନେପାଳ ପ୍ରତିନିଧି ସଭାରେ ନେପାଳୀ କଂଗ୍ରେସର ୮୯ ସଦସ୍ୟ ରହିଥିବାବେଳ ସିପିଏନ୍‌-ୟୁଏମ୍‌ଏଲ୍‌ର ୭୮ ସଦସ୍ୟ ରହିଛନ୍ତି। ଏହି ଦୁଇ ଦଳର ମୋଟ ସଦସ୍ୟ ସଂଖ୍ୟା ୧୬୭, ଯାହାକି ୨୭୫ ଆସନ ବିଶିଷ୍ଟ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଯଥେଷ୍ଟ। ଦୁଇ ଦଳ ମଧ୍ୟରେ ନୂଆ ମେଣ୍ଟ ଗଠନ ନେଇ ଶନିବାର ରାତିରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ସିପିଏନ୍‌-ୟୁଏମ୍‌ଏଲ୍‌ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଅନ୍ୟପକ୍ଷରେ ପ୍ରଚଣ୍ଡ ଇସ୍ତଫା ଦେବା ପରିବର୍ତ୍ତେ ପାର୍ଲାମେଣ୍ଟରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ଚାହାନ୍ତି ବୋଲି ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ,୬ା୭(ପି.ଟି.): ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି। ଆସନ୍ତା ୧୨ ତାରିଖରେ...

ଡେଭିଡ୍‌ ଲାମି ନୂଆ ବହିର୍ବ୍ୟାପାର ସଚିବ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମର ଶୁକ୍ରବାର ଲେବର ଏମ୍‌ପି ଡେଭିଡ୍‌ ଲାମିଙ୍କୁ ଦେଶର ନୂଆ ବହର୍ବ୍ୟାପାର ସଚିବ ନିଯୁକ୍ତ କରିଛନ୍ତି। ୫୧ ବର୍ଷୀୟ ଡେଭିଡ୍‌ ଭାରତ...

ହାଉସ୍‌ ଅଫ୍‌ କମନ୍ସରେ ୨୬ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ...

କେମିତି ରହିବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ...

୬୩୦ ଭୋଟରେ ହାରିଲେ ଲିଜ୍‌ ଟ୍ରସ୍‌

ବ୍ରିଟେନ୍‌ରେ ସବୁଠୁ କମ୍‌ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା କଞ୍ଜରଭେଟିଭ୍‌ ପାର୍ଟିର ଲିଜ୍‌ ଟ୍ରସ୍‌ ୬୩୦ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଯାଇଛନ୍ତି। ପୂର୍ବ ଲଣ୍ଡନ୍‌ର ନୋର୍‌ଫୋକ୍‌...

ଡାଉନିଂ ଷ୍ଟ୍ରିଟ୍‌ରେ ଷ୍ଟର୍ମର

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ...

ଇତିହାସ ରଚିଲେ ବ୍ରିଟେନ୍‌ର ନୂଆ ସରକାର,ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

ଲଣ୍ଡନ,୫।୭: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ...

୧୪ ବର୍ଷ ଶାସନ କରିବା ପରେ କାହିଁକି ହାରିଲା ସୁନକଙ୍କ ଦଳ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri