ବିଜେଡିର ଘନଘନ ବୈଠକ: ରହିଛି ଏହି ବଡ଼ କାରଣ

ଭୁବନେଶ୍ୱର,୩।୭: ବିଏମ୍‌ସି  ମେୟରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବିଏମ୍‌ସି କର୍ପୋରେଟରଙ୍କ ଅଲଗା ଅଲଗା ବୈଠକ ପରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ହୋଟେଲରେ ଏକ ଗୋଷ୍ଠୀ ଏକାଠି ହୋଇଛନ୍ତି।
ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ। ଏହି ବୈଠକରେ କର୍ପୋରେଟର ଅମରେଶ ଜେନା ମଧ୍ୟ ସାମିଲ ଥିଲେ। ଆଉ ବୈଠକ ପରେ ଅମରେଶ  କହିଛନ୍ତି, ବିଜେଡିକୁ ଭାଙ୍ଗିବା ପାଇଁ କିଛି ଦଳୀୟ ନେତା ଚେଷ୍ଟା ଚଳାଇଛନ୍ତି । ଦଳରେ ବିଭୀଷଣ ଅଛନ୍ତି। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି। ହେଲେ ଏପରି ହେବାକୁ ଦିଆଯିବ ନାହିଁ। ବିଏମ୍‌ସି କି ସିଏମ୍‌ସି ହେଉ ସବୁଠି ବିଜେଡି ଏକଜୁଟ ଅଛି। ଅନ୍ୟପଟେ ଭୁବନେଶ୍ବରର ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହୋଇଛନ୍ତି। ସମସ୍ତେ ଏକଜୁଟ ହୋଇ ଥିବା କହିଛନ୍ତି । ବିଜେଡି ସରକାର ଯିବା ପରେ କର୍ପୋରେଟରଙ୍କ ମଧ୍ୟରେ ଥିବା ଫାଟ ପଦାରେ ପଡିଛି ବୋଲି କୁହାଯାଉଛି। ଗୋଷ୍ଠୀକନ୍ଦଳ ବଢିବାରେ ଲାଗିଥିବା ବେଳେ  ଭିନ୍ନ ଭିନ୍ନ ସ୍ଥାନରେ  ନେତା ଓ କର୍ପୋରେଟର ବୈଠକ କରୁଥିବା ଚର୍ଚ୍ଚାହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

୮ରେ ବନ୍ଦ ରହିବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,୬।୭: ରବିବାର ବିଶ୍ୱପ୍ରଶିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ୨ଦିନ ହେଉଥିବାରୁ ଜୁଲାଇ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ୮ ତାରିଖରେ ସମସ୍ତ ସରକାରୀ ଏବଂ...

ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି

ପୁରୀ, ୬।୭: ପୁରୀରେ ବସିଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକରେ ଆଜି ରତ୍ନଭଣ୍ଡାର ଚାବି ଉପରେ ଫୋକସ କରାଯାଇଛି । ଚାବି ମଳିବା ପରେ...

‘ଏକ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: ବିଧାନସଭା ପରିସରରେ ଲଗାଇଲେ ଏହି ଗଛ

ଭୁବନେଶ୍ୱର,୬।୭(ଅସମାପିକା ସାହୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri