ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା ମିଳିଥାଏ। ମାତ୍ର ବେଳେବେଳେ ଶରୀରରେ ସମସ୍ୟା ହେତୁ ମହିଳାମାନେ ମା’ ହେବାକୁ ଅସମର୍ଥ ହୋଇଥାନ୍ତି। ମାତୃତ୍ୱକୁ ଉପଭୋଗ କରିବା ପାଇଁ କିଛି ମହିଳା ସରୋଗେସିକୁ ଆପଣାଇଥାନ୍ତି। ଭାରତରେ ଯଦିଓ ଏହାକୁ ନିଷେଧ କରାଯାଇଛି। ମାତ୍ର ବ୍ରିଟେନର ଦମ୍ପତି ଏହି ଉପାୟ ଆପଣାଇଥାନ୍ତି। ଯେଉଁଠି ଶିଶୁଙ୍କ ଫ୍ୟାକ୍ଟ୍ରି ରହିଛି। ଏହାର ଅର୍ଥ ହେଉଛି ବ୍ରିଟେନରେ ସରୋଗେସି ଆଇନଗତ ଭାବେ ସ୍ବୀକୃତିପ୍ରାପ୍ତ। ଫଳସ୍ବରୁପ ପ୍ରତିବର୍ଷ ହଜାର ହଜାର ଦମ୍ପତି ଏଠାରୁ ସନ୍ତାନ ପ୍ରାପ୍ତ କରନ୍ତି।

ବ୍ରିଟେନ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ବର୍ତ୍ତମାନ ଏହି ଦେଶ ସରୋଗେସି ମାଧ୍ୟମରେ ସନ୍ତାନ ଜନ୍ମ ପାଇଁ କମ୍ପାନୀ ଚଲାଉଛି। ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ଏହି ସୁନ୍ଦର ଦେଶର ଏକ ଅସୁନ୍ଦର ସତ୍ୟ ହେଉଛି ସରୋଗେସି ମଦରଙ୍କୁ ପଶୁ ପରି ରଖିଥାନ୍ତି ଏବଂ କାମରେ ଲଗାଇଥାନ୍ତି।

ବ୍ରଟେନର କିଛି ଦମ୍ପତି ନିଜେ ପିଲା ଜନ୍ମ କରିବାରେ ସକ୍ଷମ ନୁହନ୍ତି। ତେଣୁ ସେମାନେ ୪୦ରୁ ୪୨ ଲକ୍ଷ ଟଙ୍କା ଦେଇ ସରୋଗେସି ଜରିଆରେ ମନ ପସନ୍ଦର ସନ୍ତାନ କିଣି ନେଇଥାନ୍ତି।

Share