ମ୍ୟାଚ୍‌ ଲାଗି ଟିକେଟ କିଣିବାକୁ ଅସମ୍ଭାଳ ଭିଡ

କଟକ ଅଫିସ,୯।୬: ଜୁନ ୧୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଗୁରୁବାରଠାରୁ ଅଫ୍‌ଲାଇନରେ ଟିକେଟ ମିଳୁଛି । ଟିକେଟ ପାଇବା ଲାଗି କ୍ରିକେଟ ପ୍ରେମୀଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଭିଡ ସହ ଗୁଳୁଗୁଳି ହେଉଥିବାରୁ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଉଛି।

ତେବେ ଅଫ୍‌ଲାଇନରେ ୧୨ହଜାର୯୩ ଟିକେଟ ୯ଟି କାଉଣ୍ଟରରେ ବିକ୍ରି କରାଯିବ । ଯେକୌଣସି ପରିଚୟ ପତ୍ର ଦେଖାଇ ଜଣେ ଦୁଇଟି ଟିକେଟ କିଣିପାରିବେ। ଅନ୍‌ଲାଇନ ଟିକେଟ କିଣିିଥିବା ବ୍ୟକ୍ତି ୯ରୁ ୧୧ ତାରିଖ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ। ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯାଇଛି।

Share