ମେଣ୍ଟ ଦ୍ୱନ୍ଦ ଭିତରେ ରାଜଦୀପ ସରଦେସାଇଙ୍କ ଟୁଇଟକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୨।୩: ଭାଜପା-ବିଜେଡି ମେଣ୍ଟ ଦ୍ୱନ୍ଦ୍ୱ ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। ଏବେ ମେଣ୍ଟକୁ ନେଇ ଭାଜପା ପକ୍ଷରୁ ଦିଲ୍ଲୀରେ ମନ୍ଥନ ଚାଲିଛି। ଏପଟେ ବିଜେଡି ମଧ୍ୟ ନୀରବରେ ମେଣ୍ଟ ଗଣିତକୁ ନେଇ କସରତ ଚଳାଇଛି। ଉଭୟ ଦଳ ମଧ୍ୟରେ ମେଣ୍ଟ ଅଙ୍କ ଖୁବ୍‌ଶୀଘ୍ର ଛିଡିବ ବୋଲି କୁହାଯାଉଛି।
ଏସବୁ ଭିତରେ ଇଣ୍ଡିଆ ଟୁଡେର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ଟୁଇଟକୁ ନେଇ ବଢୁଛି ଚର୍ଚ୍ଚା। ସେ ଆଜି ଟୁଇଟ୍‌ ଯୋଗେ ମେଣ୍ଟକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ବିଳମ୍ବିତ ରାତିର ବଜ୍‌, ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା ହେବ: ଲୋକ ସଭା ପାଇଁ ୧୩-୮ ବିଜେପି ସପକ୍ଷରେ, ବିଧାନସଭା ପାଇଁ ୪୯-୯୮। ବିରୋଧୀ ଇଣ୍ଡିଆ ମିଳିତ ମେଣ୍ଟ ଦୁର୍ବଳ ହେଉଥିବାରୁ ଏନଡିଏ ଏହାର ସ୍ତରକୁ ବୃଦ୍ଧି କରିଛି।

Share