‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌କୁ ନେଇ ହଙ୍ଗାମା

ବଲିଉଡ୍‌ ଅଭିନେତ୍ରୀ ରିଚା ଚଢାଙ୍କ ଆଗାମୀ ଫିଲ୍ମ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ରିଚାଙ୍କ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଉପରେ ଅନେକ ଆଲୋଚନା ହେଉଛି। କିନ୍ତୁ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ ଟ୍ରେଲରକୁ ନେଇ ରାଜନୈତିକ କରିଡରରେ ଉତ୍ତେଜନା ତୀବ୍ର ହୋଇଛି। କୁହାଯାଉଛି ଯେ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ ବିଏସପି ମୁଖ୍ୟ ମାୟାବତୀଙ୍କ ଜୀବନରୁ ଅନୁପ୍ରାଣିତ।ଏଥି ସହିତ ସୌରଭ ଶୁକ୍ଲାଙ୍କ ଚରିତ୍ର କାଶିରାମଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଇଛି। ଉଭୟ ବିଏସପି ଏବଂ ଏସପି କର୍ମୀ ଏହି ଫିଲ୍ମକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୋଟିଏ ପଟେ ବିଏସପି ଫିଲ୍ମରେ ଅନେକ ତଥ୍ୟ ଠିକ ନାହିଁ ବୋଲି କହୁଥିବାବେଳେ ଯାଦବଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଏସପି ଯୁକ୍ତି କରୁଛନ୍ତି। ଏହି ବିବାଦ ଯୋଗୁ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ ଏବେ ଚର୍ଚ୍ଚାରେ ଅଛି। ଏକ ସାକ୍ଷାତକାରରେ ଫିଲ୍ମ ନିର୍ମାତା ଏହା ସ୍ପଷ୍ଟ କରିଛନ୍ତି ଯେ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ଏକ କାଳ୍ପନିକ କାହାଣୀ, ଏହାର କାହା ସହିତ କୌଣସି ସମ୍ପର୍କ ନାହିଁ। ସୁଭାଷ କପୁର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହା ପୂର୍ବରୁ ସେ ଜଲି ଏଲଏଲବି ଭଳି ଏକ ପ୍ରସିଦ୍ଧ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଜାନୁଆରୀ ୨୨ରେ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛନ୍ତି। ରିଚା ଏବଂ ସୌରଭଙ୍କ ବ୍ୟତୀତ ମାନଭ କୌଲ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri