‘ବ୍ୟବହୃତ ଆଲୁମିନିୟମର ପୁନର୍ବ୍ୟବହାର ଯୋଜନା ଅଛି’

ଭୁବନେଶ୍ୱର, ୧୮ା୩(ବ୍ୟୁରୋ):ଆଲୁମିନିୟମ-ଏୟାର ବ୍ୟାଟେରି ଟେକ୍ନୋଲୋଜି ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍‌ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍‌ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି। ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରି ଉପତ୍ାଦନ ଏବଂ ବ୍ୟବହାର ଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି ା
ଉଲ୍ଲେଖନୀୟ ଯେ, ଆଇସି ଫିନର୍ଜି ପ୍ରାଇଭେଟ୍‌ ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୌଥ ଉଦ୍ୟୋଗ। ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ୍‌ ଉତ୍ପାଦନକାରୀ କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଇବ ା ଇଣ୍ଡିଆନ ଅଏଲ ଏବଂ ଫିନର୍ଜି କମ୍ପାନୀ ସ୍ବଚ୍ଛ, ସ୍ଥାୟୀ, ସୁଲଭ ଓ ସୁରକ୍ଷିତ ଉର୍ଜାକୁ ଗୁରୁତ୍ୱ ଦେଇ ଏହାକୁ ଉପଲବ୍ଧ କରିବା ସହ ନୂଆ ଯାତ୍ରା ଆରମ୍ଭ କରିଥିବାରୁ ଏହି ୨ କମ୍ପାନୀକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଅଟୋମୋଟିଭ୍‌ କ୍ଷେତ୍ରରେ ଆଲୁମିନିୟମ ଏୟାର ଟେକ୍ନୋଲୋଜିର ବ୍ୟବସାୟକୁ ସହଯୋଗ କରିବା ପାଇଁ ଇଣ୍ଡିଆନ ଅଏଲ-ଫିନର୍ଜି ପ୍ରାଇଭେଟ ଲିମିଟେଡ୍‌ ସହ ଅଟୋମୋଟିଭ୍‌ ଉତ୍ପାଦନକାରୀ ମାରୁତି ସୁଜୁକି ଏବଂ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଲେଟର ଅଫ୍‌ ଇଣ୍ଟେଟ୍‌ ନେଇ ମଧ୍ୟ ବୁଧବାର ଚୁକ୍ତି ହୋଇଛି। ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ଉପଲବ୍ଧି ା ଏହି ଟେକ୍ନୋଲୋଜି ପରିବହନ କ୍ଷେତ୍ରରେ ପ୍ରଦୂଷଣ କମାଇବାରେ ସହାୟକ ହେବ ା ଏହି ଯୌଥ ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲ ପ୍ରଧାନମବୀ ବେଞ୍ଜାମିନ୍‌ ନେତାନ୍ୟାହୁ ମଧ୍ୟରେ ନୂଆଦିଲ୍ଲୀରେ ୨୦୧୮ରେ ହୋଇଥିବା ବୁଝାମଣା ପତ୍ର(ଏମଓୟୁ)ର ପ୍ରତିଫଳନ। ପ୍ରଦୂଷଣ କମ କରିବା ଭଳି ଉର୍ଜା ମାଧ୍ୟମରେ ଭାରତ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦର୍ଶାଇଛି ା ଏହା ଭବିଷ୍ୟତ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷେପ ଆଲୁମିନିୟମ ଏୟାର ବ୍ୟାଟେରୀ ପରିସଂସ୍ଥାନର ସ୍ବଦେଶୀ ବିକାଶକୁ ସୁବିଧା ଦେବା ସହ ବିଦ୍ୟୁତଚାଳିତ ଯାନବାହାନର ଟେକ୍ନୋଲୋଜି କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆକୁ ମଜବୁତ୍‌ କରିବ। ଏହାସହ ଅନ୍ୟାନ୍ୟ ସ୍ବଚ୍ଛ ଉର୍ଜା ଦିଗରେ ଗବେଷଣା ଏବଂ ବିକାଶ, ଟେକ୍ନୋଲୋଜି ଟ୍ରାନ୍ସଫର, ପୁଞ୍ଜିନିବେଶ, କ୍ଷମତା ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri