ଭୁବନେଶ୍ୱର,୧୦।୩(ବ୍ୟୁରୋ): ସକ୍ରିୟ ରହିଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଂଶିକ ମେଘାଛନ୍ନ ରହିଛି। ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।