Categories: ଜାତୀୟ

ଭାରତ-ବାଂଲାଦେଶ ସମ୍ପର୍କରେ ଫାଟ ଆଶଙ୍କା !

ନୂଆଦିଲ୍ଲୀ,୧।୩: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଭାରତ ବାଂଲାଦେଶ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବାଂଲାଦେଶର କୋକ୍ସ୍‌ ବଜାରରୁ ଫେବୃୟାରୀ ୧୧ରେ ୮୧ ଜଣ ରୋହିଙ୍ଗ୍ୟା ବୋଟରେ ବାହାରିଥିଲେ। ଫେବୃୟାରୀ ୧୫ରେ ବୋଟର ଇଞ୍ଜିନ୍‌ ଖରାପ ହୋଇଯାଇଥିଲା। ଫଳରେ ସେମାନେ ସମୁଦ୍ର ମଝିରେ ଅଟକି ରହିଛନ୍ତି। ଇତିମଧ୍ୟରେ ୮ ଜଣ ରୋହିଙ୍ଗ୍ୟାଙ୍କ ମୃତ୍ୟୁ ଘଟି ସାରିଛି। ଜଣେ ରୋହିଙ୍ଗ୍ୟା ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କୁ ମ୍ୟାନମାର୍‌ ନେବାକୁ ମନା କରୁଥିବା ବେଳେ ବାଂଲାଦେଶ ମଧ୍ୟ ଫେରାଇ ନେବାକୁ ଅମଙ୍ଗ ହେଉଛି। ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଅବଦୁଲ୍‌ ମୋମିନ୍‌ ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାରର। ସେମାନଙ୍କୁ ଫେରାଇନବୋକୁ ମ୍ୟାନ୍‌ମାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି। ଏବେ ଏହି ପ୍ରସଙ୍ଗକୁ ନେଇ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଏହା ଦ୍ୱାରା ବାଂଲାଦେଶ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ରୋହିଙ୍ଗ୍ୟାଙ୍କୁ ଫେରାଇ ନ ନେଲେ ଅନ୍ତର୍ଜାତୀୟସ୍ତରରେ ବାଂଲାଦେଶର ଭାବମୂର୍ତ୍ତି ଖରାପ ହେବ ବୋଲି କୂନନୈତିକସ୍ତରରେ ଚର୍ଚ୍ଚା ହେଉଛି।

Share