ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ଜଳେଶ୍ୱର, ୨୮ା୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇ ରାଜଘାଟଠାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୯.୬୩ ମିଟରରେ ପହଞ୍ଚିଛି ା ବିପଦସଂକେତ ୧୦.୩୬ ମିଟର ଥିବା ବେଳେ ଆସନ୍ତା ସକାଳ ସୁଦ୍ଧା ୧୧.୦ ମିଟର ହୋଇପାରେ ବୋଲି ସିଡବ୍ଲ୍ୟୁସି(ସେଣ୍ଟ୍ରାଲ ଓ୍ବାଟର କମିଶନ) ପକ୍ଷରୁ ସୂଚନା ଦିଆଯାଇଛି।
ସୁବର୍ଣ୍ଣରେଖାର ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ଗାଲୁଡିହି ବ୍ୟାରେଜର ୧୨ଟି ଗେଟ୍‌ ଖୋଲା ଯାଇଛି। ଏଥିରୁ ପ୍ରତି ସେକେଣ୍ଡକୁ ୭ହଜାର କ୍ୟୁମିକ୍‌ ପାଣି ନଦୀ ମଧ୍ୟକୁ ପ୍ରବେଶ କରୁଛି ା ଗତ ୨୪ ଘଣ୍ଟା ମଧ୍ୟରେ ଜାମଶୋଳାଘାଟ ୪୯.୪ ମିମି, ଜାମସେଦପୁରରେ ୧୧.୨ ମିମି, ଆଦିତ୍ୟପୁରରେ ୮.୬, ମୋରୀରେ ୪.୨ ମିମି, ଚାନ୍ଦିଲିରେ ୧୧.୮ ମିମି, ଘାଟଶିଳାରେ ୨୨.୦ ମିମି, ଫେକଘାଟରେ ୧୯.୮ ମିମି, ଗୋପୀବଲ୍ଲଭପୁରରେ ୧୯.୪ ମିମି ଓ ରାଜଘାଟରେ ୫୬.୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି ା ଉପରମୁଣ୍ଡର ଏହି ବର୍ଷାପାଣି ରାଜଘାଟଠାରେ ପହଞ୍ଚିବା ପାଇଁ ୨୪ରୁ ୩୦ ଘଣ୍ଟା ସମୟ ଲାଗିଥାଏ ା ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରର ତଳିଆ ଅଞ୍ଚଳରେ ଏବେ ବି ପାଣି ଜମି ରହିଛି। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ତଥା ଜଳେଶ୍ୱର ଭୋଗରାଇରେ ହୋଇଥିବା ବର୍ଷା ଯୋଗୁ ଚାଷଜମିରେ ୪ରୁ ୫ଫୁଟର ପାଣି ରହିଛି ା ସୁବର୍ଣ୍ଣରେଖା ନଦୀରେ ବିପଦସ୍ତର ଡେଇଁଲେ ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି ା ପ୍ରଶାସନ ଏଥିଲାଗି ଆଗୁଆ ପ୍ରସ୍ତୁତ ହୋଇ ରହିଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର ୪/୧: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ...

ଖାନ୍ନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ନେଇଗଲେ

କଟକ,୩।୧: ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲାର ମଧୁପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ ଖାପୁରିଆ ଖାନ୍ନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଦୁର୍ବୁତ୍ତମାନେ ହୁଣ୍ଡି ଏବଂ ଅଳଙ୍କାର...

କମୁଛି ରାତ୍ରି ତାପମାତ୍ରା; ୧୦ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର,୪।୧: ପଶ୍ଚିମା ଝଡ଼ ପ୍ରଭାବରେ, ବର୍ତମାନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ୯ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ...

୮ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୪।୧: ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଜାନୁଆରୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସିଧାସଳଖ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୪।୧: ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏ...

ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୪/୧(ଅନିଲ ଦାସ):ରାଜ୍ୟ ସରକାର ଗତ ଡିସେମ୍ବରରେ ହୋଇଥିବା ‘ଅଦିନିଆ ବର୍ଷା’କୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତିକୁ...

ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦ ୬ରେ ବିଜେଡିର ଗଣବିକ୍ଷୋଭ

ଭୁବନେଶ୍ୱର,୩ା୧(ଅନିଲ ଦାସ): ଅତ୍ୟାବଶ୍ୟକ ଜିନିଷର ଅହେତୁକ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ରାଜ୍ୟ ସରକାର ଦରଦାମ୍‌ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ବିଜେଡି...

ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଉଗ୍ରସେନ ଗାଦିଚ୍ୟୁତ, ଚାଲିଲା କଂସ ରାଜୁତି

ବରଗଡ଼, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri