ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ଜଳେଶ୍ୱର, ୨୮ା୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇ ରାଜଘାଟଠାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୯.୬୩ ମିଟରରେ ପହଞ୍ଚିଛି ା ବିପଦସଂକେତ ୧୦.୩୬ ମିଟର ଥିବା ବେଳେ ଆସନ୍ତା ସକାଳ ସୁଦ୍ଧା ୧୧.୦ ମିଟର ହୋଇପାରେ ବୋଲି ସିଡବ୍ଲ୍ୟୁସି(ସେଣ୍ଟ୍ରାଲ ଓ୍ବାଟର କମିଶନ) ପକ୍ଷରୁ ସୂଚନା ଦିଆଯାଇଛି।
ସୁବର୍ଣ୍ଣରେଖାର ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ଗାଲୁଡିହି ବ୍ୟାରେଜର ୧୨ଟି ଗେଟ୍‌ ଖୋଲା ଯାଇଛି। ଏଥିରୁ ପ୍ରତି ସେକେଣ୍ଡକୁ ୭ହଜାର କ୍ୟୁମିକ୍‌ ପାଣି ନଦୀ ମଧ୍ୟକୁ ପ୍ରବେଶ କରୁଛି ା ଗତ ୨୪ ଘଣ୍ଟା ମଧ୍ୟରେ ଜାମଶୋଳାଘାଟ ୪୯.୪ ମିମି, ଜାମସେଦପୁରରେ ୧୧.୨ ମିମି, ଆଦିତ୍ୟପୁରରେ ୮.୬, ମୋରୀରେ ୪.୨ ମିମି, ଚାନ୍ଦିଲିରେ ୧୧.୮ ମିମି, ଘାଟଶିଳାରେ ୨୨.୦ ମିମି, ଫେକଘାଟରେ ୧୯.୮ ମିମି, ଗୋପୀବଲ୍ଲଭପୁରରେ ୧୯.୪ ମିମି ଓ ରାଜଘାଟରେ ୫୬.୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି ା ଉପରମୁଣ୍ଡର ଏହି ବର୍ଷାପାଣି ରାଜଘାଟଠାରେ ପହଞ୍ଚିବା ପାଇଁ ୨୪ରୁ ୩୦ ଘଣ୍ଟା ସମୟ ଲାଗିଥାଏ ା ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରର ତଳିଆ ଅଞ୍ଚଳରେ ଏବେ ବି ପାଣି ଜମି ରହିଛି। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ତଥା ଜଳେଶ୍ୱର ଭୋଗରାଇରେ ହୋଇଥିବା ବର୍ଷା ଯୋଗୁ ଚାଷଜମିରେ ୪ରୁ ୫ଫୁଟର ପାଣି ରହିଛି ା ସୁବର୍ଣ୍ଣରେଖା ନଦୀରେ ବିପଦସ୍ତର ଡେଇଁଲେ ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି ା ପ୍ରଶାସନ ଏଥିଲାଗି ଆଗୁଆ ପ୍ରସ୍ତୁତ ହୋଇ ରହିଥିବା ଜଣାଯାଇଛି ା

Share