କ୍ରିକେଟ ପାଇଁ ଲାଗୁଛି ବାଜି

ଗଞ୍ଜାମ,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କ୍ରିକେଟ ପାଇଁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ଏହି ବାଜିର ମାଷ୍ଟରମାଇଣ୍ଡ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ବାଜି ଲଗାଇ ହାରୁଥିବା ଯୁବକମାନେ ଆତ୍ମହତ୍ୟା ପରି ପନ୍ଥା ଆପଣାଉଛନ୍ତି। ପୋଲିସ ଏହାର ସାମାନ୍ୟ ସୁରାକ ପାଇ ପାରୁନି। ଜିଲା ବାହାରୁ ମଧ୍ୟ ଯୁବକମାନେ ଅନ୍‌ଲାଇନରେ ପଇସା ବାନ୍ଧି ଏହି କ୍ରିକେଟ ସଟାବଜାର ବାଜି ଲଗାଉଥିବା ଜଣାପଡ଼ିଛି।  ସହରର ମୁଷ୍ଟିମେୟ ଲୋକଙ୍କ ଛତ୍ରଛାୟା ତଳେ ରହି ଏହି ଖେଳ ପରିଚାଳନା କରାଯାଉଥିବା ଅଭିଯୋଗ ହୋଇଛି । ଆଉ କିଛି ଦିନ ପରେ ଆଇପିଏଲ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

Share