ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ

ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି। ଭାରତ ସରକାର ଆନ୍ଧ୍ରପ୍ରଦେଶରେ ଏକ ଡିପ୍‌ ଓ୍ବାଟର ପୋର୍ଟ ଉପଯୋଗ କରିବାକୁ ଯାଉଛନ୍ତି। ଏହା କିଛି ଦଶକ ପରେ ହେବାକୁ ଯାଉଛି।

ଭାରତ ସରକାର ନିର୍ଦ୍ଦେଶ ଅନୁଯାୟୀ, ଆନ୍ଧ୍ରପ୍ରଦେଶର କାକିନାଡା ଡିପ ଓ୍ବାଟର ପୋର୍ଟକୁ ରପ୍ତାନୀ ହେବ। କାକିନାଡା ଗଭୀର ଜଳ ବନ୍ଦର ହେଉଛି ଭାରତର ସର୍ବବୃହତ ଚାଉଳ ପରିଚାଳନା ସୁବିଧା ବନ୍ଦର। ଚାଉଳ ରପ୍ତାନୀକାରୀ ସଂଘର ସଭାପତି ବିଭି କ୍ରିଷ୍ଣା ରାଓ କୁହନ୍ତି, ବନ୍ଦରରେ ୪ ସପ୍ତାହ ହେବ ଚାଉଳ ଜମା ହୋଇଛି। ଏହା ପୂର୍ବରୁ ୧ ସପ୍ତାହ ଥିଲା। ଏହି କାରଣରୁ ମୂଲ୍ୟ ବୃଦ୍ଧି ପାଉଛି ଏବଂ ରପ୍ତାନୀ ମଧ୍ୟ ସୀମିତ ଅଛି।


ସରକାର କହିଛନ୍ତି, ଏହାର ଚାହିଦା ଅଧିକ ଥିବାରୁ କାକିନାଡା ଜଳ ବନ୍ଦରରେ ଚାଉଳ ଅଧିକ ଜମା ହୋଇରହିଛି। ଥାଇଲାଣ୍ଡ ଏବଂ ଭିଏତନାମା ଚାଉଳର ପ୍ରମୁଖ ଉତ୍ପାଦକ। କିନ୍ତୁ ଗତ କିଛି ମାସ ମଧ୍ୟରେ ଅତ୍ୟଧିକ ବର୍ଷା ଏବଂ ମରୁଡ଼ି ଯୋଗୁ ଚାଉଳ ଉତ୍ପାଦନ କମିଛି। ବିଶ୍ୱରେ ଚାଉଳ ଚାହିଦା ଯୋଗୁ କାକିନାଡା ବନ୍ଦରରୁ ୬୫୦,୦୦୦ ଟନ୍‌ ଚାଉଳ ନିୟମିତ ଭାବରେ ରପ୍ତାନୀ ହୋଇଥାଏ।

ବିଭି କ୍ରିଷ୍ଣା କହିଛନ୍ତି, ଭାରତ ଚଳିତବର୍ଷ ୧୭ ମିଲିୟନ ଟନ୍‌ ଚାଉଳ ରପ୍ତାନୀ କରି ରେକର୍ଡ ସୃଷ୍ଟି କରିଛି। ଯେତେବେଳେ କି ଗତବର୍ଷ ଏହା ୧୪.୨ ନିୟୁତ ଥିଲା। ସରକାର ଏହି କ୍ଷମତା ବୃଦ୍ଧି ପାଇଁ ଆଙ୍କରେଜ ବନ୍ଦରରେ ବିନିଯୋଗ କରୁଛନ୍ତି।

Share