‘ଏଠି ସଙ୍ଗୀତ, ସଂସ୍କୃତି, କଳାର ସ୍ବତନ୍ତ୍ର ଚାହିଦା ରହିଛି’

ନିଜ ସୁରିଲା କଣ୍ଠରେ ବିଭିନ୍ନ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ ନିଜର କରିପାରୁଥିବା କଣ୍ଠଶିଳ୍ପୀ ହେଉଛନ୍ତି ନୀତିମୋହନ ଶର୍ମା, ଯାହାଙ୍କୁ ସମସ୍ତେ ନୀତିମୋହନ ନାମରେ ଜାଣନ୍ତି। ୧୯୭୯ ନଭେମ୍ବର ୧୮ରେ ଦିଲ୍ଲୀଠାରେ ତାଙ୍କର ଜନ୍ମ। ବଲିଉଡ୍‌କୁ ଅନେକ ହିଟ୍‌ ଗୀତ ଦେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ସେ। ହିନ୍ଦୀ, ତାମିଲ, ମରାଠୀ, କନ୍ନଡ଼, ବେଙ୍ଗଲି, ପଞ୍ଜାବୀ, ଇଂଲିଶ ଭଳି ଅନେକ ଭାଷାରେ ସେ ଗୀତ ଗାଇଛନ୍ତି। ୨୦୧୨ରେ ବଲିଉଡ୍‌ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’ରେ ଇସ୍କ ୱାଲା ଲଭ୍‌ ଗୀତ ଗାଇ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ। ଏହାପରେ ସେ କେବେ ପଛକୁ ଫେରିନାହାନ୍ତି। ଦେଶର ବିଭିନ୍ନ ସ୍ଥାନରେ ରହିଛି ନୀତିଙ୍କର ଲୋକପ୍ରିୟତା। ଫିଲ୍ମ ଫେୟାର ଆୱାର୍ଡ, ଆର୍‌.ଡି. ବର୍ମନ ଆୱାର୍ଡ, ବେଷ୍ଟ ଫିମେଲ୍‌ ପ୍ଲେବ୍ୟାକ୍‌ ସିଙ୍ଗର ଭଳି ଅନେକ ପୁରସ୍କାର ସେ ପାଇଛନ୍ତି। ଜିୟା ରେ, ନଜର ଲାୟେ, ଦରବାର, ତୁ ହି ତୁ, ମହବତ୍‌ ବୁରି ବିମାରି, ସପ୍ନା ଜାହାନ୍‌, ହଲେ ଇ ଦିଲ୍‌, ମେରି ଜିନ୍ଦେଗୀ ହେ ତୁ, ମେରି ଜାନ୍‌… ଭଳି ଅନେକ ଗୀତ ସେ ଗାଇଛନ୍ତି। ଶନିବାର ଭୁବନେଶ୍ୱରକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ‘ଧରିତ୍ରୀ’ ସହ ତାଙ୍କର ସ୍ବତନ୍ତ୍ର ସାକ୍ଷାତ୍‌କାର।

ପୂର୍ବରୁ ଅନେକଥର ଓଡ଼ିଶା ଆସିଛନ୍ତି। ମାତ୍ର ଏଥରର ଗସ୍ତ, ପ୍ରଦର୍ଶନ ସମ୍ପର୍କରେ କ’ଣ କହିବେ?
ଯେତେଥର ପ୍ରଦର୍ଶନ କଲେ ବି ଶ୍ରୋତାଙ୍କ ପାଇଁ ସବୁବେଳେ ନୂଆ ଆଉ ବେଷ୍ଟ ପ୍ରଦର୍ଶନ ପାଇଁ ପ୍ଲାନ ଥାଏ। ମୋ ଟିମ୍‌ ସହ ମିଶି ସଙ୍ଗ ଲିଷ୍ଟ ପ୍ରସ୍ତୁତ କରିଛି। ଓଡ଼ିଶା ମାଟିରେ ପହଞ୍ଚତ୍ଲେ ହିଁ ଜୟ ଜଗନ୍ନାଥ ପାଟିରୁ ବାହାରିଯାଏ। ଏହି ମାଟି ହିଁ ସେମିତି, ଯେଉଁଠିକି ଆସିଲେ ବ୍ଲେସଡ୍‌ ଫିଲ୍‌ ହୁଏ। ଏଠି ସଙ୍ଗୀତ, ସଂସ୍କୃତି, କଳାର ଏକ ସ୍ବତନ୍ତ୍ର ଚାହିଦା ସବୁବେଳେ ରହିଆସିଛି।

କ୍ୟାରିୟର ପାଇଁ ସଙ୍ଗୀତକୁ କାହିଁକି ବାଛିଲେ?
ମୁଁ ଉଭୟ ନୃତ୍ୟ ଓ ଗୀତ ପାଇଁ ଇଚ୍ଛୁକ ଥିଲି। କେଉଁଟାକୁ ବାଛିବି ଜାଣିପାରୁ ନ ଥିଲି। ବାପା କହିଲେ, ବେଳେବେଳେ ଜୀବନ ହିଁ ଜୀବିକା ଆଡ଼କୁ ଟାଣିନେଇଯାଏ। ତେଣୁ ହୃଦୟକୁ ଅନୁସରଣ କରିବା ଉଚିତ। ତା’ ପରେ ମୁଁ ସେଇଆ ହିଁ କଲି। ଏହାପରେ ମୁଁ ଗୋଟେ ରିଆଲିଟି ଶୋ’ ଜିତିଲି। ସେଇଠୁ ମୁଁ ମୋ ପ୍ରଶ୍ନର ଉତ୍ତର ପାଇଗଲି।

ଆଉ କେଉଁ କ୍ଷେତ୍ରରେ ଯିବାକୁ ଇଚ୍ଛା ଥିଲା?
ଏନ୍‌ସିସିରେ ଥିଲି। ଆର୍ମି ପାଇଁ ଆପ୍ଲାଏ ବି କରିଥିଲି। ଆର୍ମିରେ ଯୋଗଦେଇ ୟୁନିଫର୍ମ ପିନ୍ଧି ଦେଶସେବା କରିବାକୁ ବହୁତ ଇଚ୍ଛା ଥିଲା। ଭଗବାନଙ୍କର ବୋଧେ କିଛି ଅଲଗା ପ୍ଲାନ୍‌ ଥିଲା।
ସଙ୍ଗୀତ ଶାନ୍ତି ଦିଏ ବୋଲି ସମସ୍ତେ କୁହନ୍ତି। ଜଣେ କଣ୍ଠଶିଳ୍ପୀ ଏହାକୁ କିପରି ଅନୁଭବ କରନ୍ତି?
ମୁଁ ଯେବେ ଏକା ଥାଏ, କିଛି ଭଲ ନ ଲାଗେ, ସେବେ ଗୀତ ଶୁଣିଦେଲେ ହିଁ ମନଟା ହାଲୁକା ହୋଇଯାଏ, ଭଲ ବି ଲାଗେ। ଡିଭୋଶନାଲ୍‌ ହେଉ କି କିଛି ଲଭ୍‌ ସଙ୍ଗ୍‌ ଶୁଣିଦେଲେ ମୁଁ ଠିକ୍‌ ହୋଇଯାଏ। ସଙ୍ଗୀତ ଭଲ ପାଇବା ଓ ଶାନ୍ତି ଆଣିଦିଏ।

କୋରିଆରେ ପ୍ରଦର୍ଶନ କରିବାର ଅନୁଭୂତି କିଭଳି ଥିଲା?
ବହୁତ ହିଁ ନିଆରା ଓ ସୁନ୍ଦର। ଅନେକ ପ୍ରଶଂସା ମିଳିଥିଲା। ଫୋନ୍‌ରେ ବସି ଲିରିକ୍ସ ଶିଖିଲି। ଜଣେ ଭାରତୀୟ କଣ୍ଠଶିଳ୍ପୀ ଭାବେ କୋରିଆରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବା ଯେତିକି ସୌଭାଗ୍ୟପୂର୍ଣ୍ଣ ଥିଲା, ପ୍ରଦର୍ଶନ ପରେ ମିଳିଥିବା ଭଲପାଇବା ମୋତେ ସେତିକି ଆନନ୍ଦିତ କରିଥିଲା।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର କେବେ ଯାଇଛନ୍ତି?
ନା ଯାଇନି। କିନ୍ତୁ ଏଥର ଯିବାର ଯୋଜନା ରହିଛି। ମୋର ବହୁତ ଇଚ୍ଛା ଥିଲା ଆଗକୁ ଫ୍ୟାମିଲି ଧରି ଆସିିବି, ପୁରୀ ବୁଲି ଯିବି। ମୋ କୁନିପୁଅକୁ ସାଙ୍ଗରେ ନେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବି।

ସାକ୍ଷାତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri