Categories: ଫୁରସତ

ପାକିସ୍ତାନରେ ରହିଛି ଏକ ଅଜବ ନିୟମ, ଯାହା ଆଗରୁ କେବେ ଶୁଣି ନ ଥିବେ

ପ୍ରତ୍ୟେକ ଦେଶରେ ଅନେକ ନିୟମ ରହିଛି। ସେଥିମଧ୍ୟରୁ କିଛି ଅଜବ ନିୟମ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନେକ ଅଜବ ନିୟମ ରହିଛି। ଏହି ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥାଏ।

ପାକିସ୍ତାନର ଅନେକ ଅଜବ ନିୟମ ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା କିଛି ଶବ୍ଦକୁ ଇଂରାଜୀରେ ଅନୁବାଦ କରିପାରିବେ ନାହିଁ। ଏହି ଶବ୍ଦଗୁଡ଼ିକୁ ଇଂରାଜୀରେ ଅନୁବାଦ କରିବା ବେଆଇନ ବୋଲି ବିବେଚନା କରାଯାଏ। ଏହି ଶବ୍ଦଗୁଡ଼ିକ ହେଉଛି ଆଲ୍ଲା, ମସ୍‌ଜିଦ, ରସୁଲ କିମ୍ବା ନବୀ। ଯଦି କେହି ଏଗୁଡ଼ିକୁ ଇଂରାଜୀରେ ଅନୁବାଦ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ସେହିପରି କିଛିଦିନ ତଳେ ପାକିସ୍ତାନର ସିନ୍ଧ ରାଜ୍ୟରେ ଏକ ଅଜବ ବିଲ୍‌ ପ୍ରସ୍ତାବ ଦିଆଯାଇଥିଲା। ଏହି ବିଲ୍‌ ପଡ଼ୋଶୀ ଦେଶ ତଥା ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ବିଲ୍‌ରେ କୁହାଯାଇଛି, ୧୮ବର୍ଷ ବୟସ ହେବା ପରେ ଲୋକଙ୍କ ବିବାହ ବାଧ୍ୟତାମୂଳକ କରାଯିବା ଉଚିତ୍‌। ଏହା ବ୍ୟତୀତ ଯେଉଁମାନେ ଏହି ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡର ବ୍ୟବସ୍ଥା ରହିଛି। ପାକିସ୍ତାନୀ ରାଜନେତାମାନେ ଯୁକ୍ତି କରିଛନ୍ତି ଯେ, ଏହା ଗଣବଳାତ୍କାର ଏବଂ ଶିଶୁ ବଳାତ୍କାରକୁ ରୋକିବାରେ ସହାୟକ ହେବ। ଏପରି ନିୟମକୁ ନେଇ ଅନ୍ୟ ଦେଶରେ ବହୁ ସମାଲୋଚନା କରାଯାଇଥିଲା।

Share