ଟାର୍ଗେଟ ଅଛି, ଟୋକନ ନାହିଁ

ପଦ୍ମପୁର, ୩୦।୧ (ଡି.ଏନ.ଏ): ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ଅଢ଼େଇ ମାସ ବିତି ଗଲାଣି । ତଥାପି ଉପଖଣ୍ଡର ପ୍ରାୟ ୭୦ଟି ମଣ୍ଡିରେ ୯ ଲକ୍ଷ ୯୫୬ ପ୍ୟାକେଟ ଧାନ ବସ୍ତା ଖୋଲା ଆକାଶରେ ପଡିରହିଛି। ବର୍ତ୍ତମାନ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ମିଲକୁ ଟାର୍ଗେଟ ଦିଆଯାଇଥିବା ସତ୍ତ୍ବେ ଅନେକ ଚାଷୀଙ୍କ ଧାନ ମଣ୍ଡିରେ ପଡିଛି। ଟୋକନ ଅବଧି ସରିଯାଇଥିବାରୁ ସେମାନେ ଧାନକୁ ବିକ୍ରି କରି ପାରିନାହାନ୍ତି। ଏପଟେ ମେଘୁଆ ପାଗ ଓ ବର୍ଷା ଆଶଙ୍କା ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି। ବର୍ଷାରେ ଧାନ ଭିଜିଗଲେ ମିଲର୍ସ ୧୦ରୁ ୧୨କେଜି କଟ୍‌ନୀରେ ଧାନ ଉଠାଇବେ ଏବଂ ସେମାନଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ପଡିବ।
ରିପୋର୍ଟ ଅନୁସାରେ, ପଦ୍ମପୁର ଉପଖଣ୍ଡର ୬ଟି ବ୍ଲକର ପ୍ରାୟ ୮ହଜାର ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ପଦ୍ମପୁର ବ୍ଲକର ୭ଟି ସେବା ସମବାୟ ସମିତି ଅଧୀନ ୧୬୮୪ ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡିଛି। ମାତ୍ର ଟୋକନ ସମୟ ଅତିକ୍ରାନ୍ତ ହୋଇଥିବାରୁ ତାହା ଲାପ୍ସ ହୋଇଛି। ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା ସେବା ସମବାୟ ସମିତିର ୪ଶହ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଗୁରୁବାର ଗୋଟିଏ ଦିନରେ ୨୦୯ ଚାଷୀ ୧୧ ହଜାର ୧୧୪.୬୧ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉପଖଣ୍ଡର ୬ଟି ବ୍ଲକର ୪୬ ହଜାର ୭୫୫ ଚାଷୀ ୨୪ ଲକ୍ଷ ୧୦ ହଜାର ୬୮୧ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଆରଏମ୍‌ସି ସମ୍ପାଦକ ଧର୍ମେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ମାତ୍ର ଏବେ ସୁଦ୍ଧା ପ୍ରାୟ ୧୫ ହଜାର ଚାଷୀଙ୍କ ଧାନ କ୍ରୟ ହୋଇ ପାରିନାହିଁ। ଯେଉଁମାନଙ୍କ ଟୋକନ ଅବଧି ସରିଛି ସେମାନେ କିପରି ଧାନ ବିକ୍ରି କରିପାରିବେ ସେ ନେଇ ଯୋଗାଣ ବିଭାଗ କିମ୍ବା ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେହିପରି ଚାଷୀଙ୍କ ବୈଧ ଟୋକନ ଥିଲେ ମଧ୍ୟ ମଣ୍ଡି କର୍ମଚାରୀମାନେ ସ୍ଥାନ ଅଭାବ ଦର୍ଶାଇ ମଣ୍ଡିକୁ ଆଣିବାକୁ ଧାନ ମନା କରୁଛନ୍ତି। ଫଳରେ ଏବେ ମଧ୍ୟ ଅନେକ ଚାଷୀଙ୍କ ଘରେ ଧାନ ଗଚ୍ଛିତ ହୋଇ ରହିଛି। ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନ ପାରିଲେ ବେପାରୀ ହାତରେ ବିକ୍ରି କରିବାକୁ ବାଧ୍ୟ ହେବେ ଓ ଅଭାବୀ ବିକ୍ରି ପୂର୍ବାପେକ୍ଷା ଆହୁରି ବଢ଼ିବ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁ କହିଛନ୍ତି। ଶୁକ୍ରବାର ସୁଦ୍ଧା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ଲଉଡିଦର୍ହା ପ୍ୟାକ୍ସରେ ସର୍ବାଧିକ ୬୪ ହଜାର ୩୩୧ ବସ୍ତା, ଝାରବନ୍ଧ ୟାର୍ଡରେ ୩୮ ହଜାର ୨୫, ପାଇକମାଳ ବ୍ଲକ ଲଖମରାରେ ୩୯ ହଜାର ୫୫୮, ପଦ୍ମପୁର ବ୍ଲକ କନସିଲାରେ ୩୫ ହଜାର ୨୭୪ ବସ୍ତା ଧାନ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ପଡିରହିଛି। ଏ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲଙ୍କୁ ପଚରାଯିବାରୁ ଆମେ ଲାପ୍ସ ଟୋକନ ରିଜେନେରେଟ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି କହିଥିଲେ। ମାତ୍ର ଟୋକନ କେବେ ଆସିବ ତାହା ସେ ସ୍ପଷ୍ଟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ...

ବରଗଡ଼ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଶୁଭାରମ୍ଭ: ୧୦ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ…

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ) – ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣର ଜିଲାସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ବରଗଡ଼ ଗୋରୁ ମାର୍କେଟ ପରିସରରେ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ...

ଦିଗପହଣ୍ଡିରେ ଶ୍ରୀରାମ ନବମୀ ଯାତ୍ରା ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କମାସାହିଠାରେ ବିଜେ ଶ୍ରୀବାଲାଜୀ ଏବଂ ଠାକୁରାଣୀ ଛକରେ ବିଜେ ଶ୍ରୀ ରଘୁନାଥଙ୍କ ପବିତ୍ର ରାମନବମୀ ଯାତ୍ରା ମହୋତ୍ସବ ଶୁକ୍ରବାର ଉଦଯାପିତ...

କୃଷିପାରା କର୍ମଚାରୀଙ୍କ ପ୍ରଶିକ୍ଷଣ: ସଘନ ଚାଷ ସମ୍ପ୍ରସାରଣ ଅଭିଯାନ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ଜିଲା କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଦିଗପହଣ୍ଡି, ସାନଖେମୁଣ୍ଡି ଓ...

ଗଛ ପଡ଼ି ଚାଷୀ ଗୁରୁତର

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଝାଟିପିଟିଆ ଗ୍ରାମ ନିକଟ ଚାଷ ଜମିରେ ଥିବା ଗୁହାରିଆ ଗଛ କାଟୁଥିବା ବେଳେ ଗଛ ଗଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image