ଓଭରହେଡ୍‌ ଟ୍ୟାଙ୍କ ବସିଛି, ହେଲେ ଲୋକଙ୍କୁ ମିଳୁନି ପାଣି

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ପାନୀୟଜଳ ଯୋଗାଣ ପାଇଁ ୧୦ହଜାର ଲିଟର ପାଣି ସଂରକ୍ଷିତ କ୍ଷମତା ସମ୍ପନ୍ନ ଓଭରହେଡ୍‌ ଟ୍ୟାଙ୍କ ବସିଛି। ପମ୍ପ ହାଉସ୍‌ ବି ରହିଥିବାବେଳେ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ୍‌ପୋଷ୍ଟ ମଧ୍ୟ ସ୍ଥାପିତ ହୋଇଥିଲା। କିନ୍ତୁ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମରେ ଦୀର୍ଘ ୭ବର୍ଷତଳୁ ନିର୍ମିତ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ୭ମାସ ତ ଦୂରର କଥା, ୭ପକ୍ଷ ମଧ୍ୟ ପାନୀୟଜଳ ଯୋଗାଇ ପାରି ନାହିଁ। ବାରମ୍ବାର ଏହି ପ୍ରକଳ୍ପ ଅଚଳ ହେଉଛି। ମରାମତି ପରେ ୫/୭ଦିନ ଠିକ୍‌ଭାବେ ଚାଲୁଛି। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରକଳ୍ପରୁ ପାନୀୟଜଳ ଯୋଗାଣ ବନ୍ଦ ରହୁଛି। ଅନ୍ୟପଟେ ମରାମତି ବାବଦକୁ ଥରକୁ ଥର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହେଉଛି। ମରାମତି ମଧ୍ୟ ହେଉଛି। କିନ୍ତୁ ପ୍ରକଳ୍ପ ପୁଣି ଅଚଳ ହୋଇ ପଡ଼ିରହୁଛି। ଏଭଳି ଭାବେ ଦୀର୍ଘପ୍ରାୟ ୫ମାସ ହେଲା ଏହ ପ୍ରକଳ୍ପ ଅଚଳ ହୋଇପଡ଼ି ଥିବାବେଳେ ଗ୍ରାମବାସୀଙ୍କୁ ପାନୀୟଜଳ ପାଇଁ ଖୁବ୍‌ ହଟହଟା ହେବାକୁ ପଡ଼ୁଛି।
୧୦ୱାର୍ଡ଼ ବିଶିଷ୍ଟ ଧାଙ୍ଗେର ଗ୍ରାମ। ଏଠାରେ ସହରାପଡ଼ା, ନୂଆପଡ଼ା, ସଡ଼କପଡ଼ା, ମାଲିପଡ଼ା, ଲରିହାପଡ଼ା, ଟିକୁନୁଟିକ୍ରା, ଝାଙ୍କରଟିକ୍ରା, ହରିଜନପଡ଼ା, ପୋଢ଼ଟିକ୍ରା, ମହିମାନଗର ଭଳି ଅନେକ ସାହି ରହିଛି। ଗ୍ରାମର ଲୋକସଂଖ୍ୟା ୬ହଜାର ଟପିବ। ଏଠାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରହିଛି। ସେହିପରି ବିଭିନ୍ନ ସାହିରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବାବେଳେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ମଧ୍ୟ ଅଛି। କିନ୍ତୁ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ଏକ ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଗ୍ରାମରେ କୂଅ, ନଳକୂଅ ସମେତ ବିିଭିନ୍ନ ଜଳାଶୟ ରହିଛି। ମାତ୍ର କେଉଁ ନଳକୂଅରୁ ପାଣି ବାହାରୁନି ତ ଆଉ କେଉଁଥିରେ ବ୍ୟବହାର ଉପଯୋଗୀ ପାଣି ବାହାରୁ ନାହିଁ। ସେହିପରି ଗ୍ରୀଷ୍ମଦିନରେ କୂଅ, ଜଳାଶୟ ଜଳସ୍ତର ହ୍ରାସ ପାଇବା ସହିତ ଅନେକ ଦିନ ଶୁଖିଲା ପଡ଼ି ଯାଉଛି।
ଏହି ଦୃଷ୍ଟିରେ ଧାଙ୍ଗେର ଗ୍ରାମରେ ପାନୀୟଜଳ ସମସ୍ୟା ଗ୍ରାମର ଏକ ପ୍ରମୁଖ ସମସ୍ୟା ଭାବେ ବର୍ଷବର୍ଷ ଧରି ରହି ଆସିଛି। ତେବେ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଗତ ୨୦୧୭ରେ ଉକ୍ତ ଗ୍ରାମରେ ପାନୀୟଜଳ ପ୍ରକଳ୍ପ କରାଯାଇଥିଲା। ଜୀରାନଦୀରୁ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ପାଇଁ ଗ୍ରାମରେ ଓଭରହେଡ୍‌ ଟ୍ୟାଙ୍କ ମଧ୍ୟ ନିର୍ମିତ କରାଗଲା। ସେହିପରି ବିଭିନ୍ନ ପଡ଼ାରେ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ସ୍ଥାପନ କରାଗଲା। ୨୦୧୭ ଜୁଲାଇ ୧ରେ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଗଲା। କିନ୍ତୁ କାର୍ଯ୍ୟକ୍ଷମ ହେବାର ୧୦/୧୫ଦିନ ପରେ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲା। ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ଯିବାରୁ ପାନୀୟଜଳ ଯୋଗାଣ ବ୍ୟାହତ ହୋଇଥିଲା। ମରାମତି ପରେ ପ୍ରକଳ୍ପ ପୁଣି ଚାଲିଲା। କିନ୍ତୁ ଅଳ୍ପ କିଛିଦିନ ଚାଲିବା ପରେ ପୁଣି ସମାନ ସମସ୍ୟା ଦେଖାଗଲା। ତେବେ ଥରେ କି ୨ଥର ନୁହେଁ, ବାରମ୍ବାର ଏଭଳି ଅଚଳ ହେଉଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ତା’ର ସ୍ଥାୟୀ ସମାଧାନ କରିବାରେ ସକ୍ଷମ ହୋଇନାହାନ୍ତି। ଅନ୍ୟପଟେ ମରାମତି ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଉକ୍ତ ପ୍ରକଳ୍ପରୁ ପାନୀୟଜଳ ପାଇବା ପାଇଁ ଗ୍ରାମବାସୀ ଯେଉଁ ଆଶା ରଖିଥିଲେ, ତାହା ଧୂଳିସାତ୍‌ ହୋଇଯାଉଛି।

‘କାମଚଳା ମରାମତି ଦୀର୍ଘସ୍ଥାୟୀ ନୁହେଁ’
ଲୋକ ଦେଖାଣିଆଁ କାମଚଳା ମରାମତି କରାଯାଉଛି। ମରାମତି ନାଁରେ ବାରମ୍ବାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମରାମତିରେ କେବଳ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଥିବ। ରାଜକୋଷ ଖାଲି ହେଉଛି। କିନ୍ତୁ ମରାମତିର ଅଳ୍ପଦିନ ପରେ ପୁଣି ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ପ୍ରକୃତ ତ୍ରୁଟି ନିରୀକ୍ଷଣ କରି ଏହାର ସ୍ଥାୟୀ ସମାଧାନ ଦରକାର। -ରାମ ନାରାୟଣ ଭୋଇ, ଗ୍ରାମବାସୀ

‘ପ୍ରକଳ୍ପରୁ ୧୦୦ଦିନ ବି ପାଣି ମିଳିନି’
ଆମ ଗ୍ରାମରେ ଏହି ପ୍ରକଳ୍ପ ହେବା ଦ୍ୱାରା ଦୀର୍ଘଦିନର ପାନୀୟଜଳ ସମସ୍ୟା ଦୂରୀଭୂତ ହେବ ବୋଲି ଆଶା ରଖିଥିଲୁ। କିନ୍ତୁ ପ୍ରକଳ୍ପଟି ବାରମ୍ବାର ଅକାମୀ ହୋଇ ପଡ଼ୁଥିବା ଯୋଗୁ ଗ୍ରାମରେ ସବୁଦିନ ପାନୀୟଜଳ ସମସ୍ୟା ଲାଗି ରହିଛି। ୭ବର୍ଷତଳୁ ପ୍ରକଳ୍ପ ନିର୍ମାଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଗ୍ରାମବାସୀ ସେଥିରୁ ୧୦୦ଦିନ ପାଣି ପାଇ ନାହାନ୍ତି।

-ଲଲିତ ଦାଶ, ଗ୍ରାମବାସୀ

‘ଗ୍ରୀଷ୍ମ ପୂର୍ବରୁ ସ୍ଥାୟୀ ମରାମତି ହେଉ’
ପାନୀୟଜଳ ପ୍ରକଳ୍ପ ଯେଭଳି ବାରମ୍ବାର ଅଚଳ ହେଉଛି। ତାର ସ୍ଥାୟୀ ସମାଧାନ ପାଇଁ ଆମେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଦାବି କରି ଆସୁଛୁ। କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ଏବେ ଦୀର୍ଘମାସ ଧରି ଉକ୍ତ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ମରାମତି ପାଇଁ ସୁଦ୍ଧା ବିଭାଗୀୟ କର୍ମଚାରୀ ପହଞ୍ଚି ନାହାନ୍ତି। ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଏହାର ମରାମତି କରାଯାଉ।

-ପ୍ରତାପ କର, ଗ୍ରାମବାସୀ

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦାଦନ ଦୁଃଖ, ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପାଟଣା ସାହିର ମୂଳିଆ ସାହୁଙ୍କ ପୁଅ ସୁରଥ ସାହୁ (୪୨) କାମ କରିବା...

ଚିକିତ୍ସା ସମୟରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଚିହ୍ନଟ ପାଇଁ ସୁଙ୍କି ପୋଲିସ ପଠାଇଲା ଜିଲା ମେଡ଼ିକାଲ କଲେଜ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ସୁଙ୍କି ଥାନା ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରହିଥିବା ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା...

ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ

ଆସିକା, ୧୨ା୪ (ସୁରେନ୍ଦ୍ର ନାଥ ସାହୁ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଆସିକା ତାଲୁକାରୋଡ଼ସ୍ଥିତ ପୈତୃକ...

ବେଆଇନ ନିଶା କାରବାର ନେଇ କାଉନ୍‌ସିଲରଙ୍କ ଅଭିଯୋଗ, ଅବକାରୀ ବିଭାଗ- ଗଞ୍ଜାମ ପୋଲିସର ଚଢ଼ାଉ

ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଇଥିବା ନେଇ ସ୍ଥାନୀୟ କିଛି କାଉନ୍‌ସିଲର ଶୁକ୍ରବାର ସାରେ ଗଞ୍ଜାମ ଥାନାରେ...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ସ୍ବୀକୃତି ନୁହେଁ, କୃତି ପଛରେ ଦୌଡ଼ିଲେ ସଫଳତା ମିଳେ ଯୁବ ଲେଖକ ସମ୍ମିଳନୀ

ନୂଆପଡ଼ା,୧୨ା୪ (ମକାରୁ ବେମାଲ)-ସ୍ଥାନୀୟ ନ୍ୟାଶନାଲ କଲେଜଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image