ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକବେଳେ ହଟ୍ଟଗୋଳ

କୁଜଙ୍ଗ,୬।୨(ମନୋଜ ପ୍ରଧାନ):ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପାଇଁ କୁଜଙ୍ଗ ବ୍ଲକ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସହପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଦଳୀୟ କର୍ମୀମାନେ ହଟ୍ଟଗୋଳ କରିଥିଲେ। ଏହି ଅବସରରେ ପାରାଦୀପ ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ମାନଭଞ୍ଜନ ମଲ୍ଲ ଅଭିଯୋଗ କରିଥିଲେ ଯେ, ସେ ଯୁବ ବିଜେଡି ଦାୟିତ୍ୱରେ ଥିଲେ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ପଚରା ଯାଉନାହିଁ। ଯୁବ କର୍ମୀମାନେ ଦଳୀୟ ପଚାର କରୁଥିବାବେଳେ ପୋଲିସ ସେମାନଙ୍କୁ ହଇରାଣ କରୁଛି। ଏନେଇ ବିଧାୟକ ସମ୍ବିତ ରାଉତରାୟଙ୍କୁ ଆପତ୍ତି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା ଫଳରେ ଯୁବ କର୍ମୀମାନଙ୍କ ଦଳ ପ୍ରତି ମନୋବଳ କମିଯାଉଛି ା ଆଗାମୀ ନିର୍ବାଚନରେ ଏହା ପ୍ରଭାବ ପକାଇବ।
ସମ୍ପର୍କରେ ଜିଲା ସହ ପର୍ଯ୍ୟବେକ୍ଷକ ଦାସ କହିଥିଲେ, କୌଣସି ନିର୍ବାଚନ ମଣ୍ଡଳୀରେ ଏମିତି ଘଟୁ ନ ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ କାହିଁକି ଏଭଳି ଘଟୁଛି ତାହା ବିଧାୟକଙ୍କୁ ପଚାରନ୍ତୁ ବୋଲି କହି ଘଟଣାକୁ ଏଡ଼ାଇ ଯାଇଥିଲେ। ଏ ନେଇ କିଛି ସମୟଧରି ବୈଠକରେ ହଟ୍ଟଗୋଳ ହୋଇଥଲା ା ପରେ ସହ ପର୍ଯ୍ୟବେକ୍ଷକ କର୍ମୀମାନଙ୍କୁ ଶାନ୍ତ କରାଇବା ସହ ପଞ୍ଚାୟତ ଓ ବ୍ଲକସ୍ତରରେ ବିଭିନ୍ନ କମିଟି ଗଠନ କରି ଆଗାମୀ ନିର୍ବାଚନରେ ଦଳକୁ ବିଜୟୀ କରାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ବିଜେଡି ସଭାପତି ନରେନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ, ଉପାଧ୍ୟକ୍ଷ ଜ୍ଞାନଜିତ ସ୍ବାଇଁ, ଜିଲା ପରିଷଦ ସଭ୍ୟା ପୁଷ୍ପଲତା ବେହେରା, ସରପଞ୍ଚ ବନ୍ଦିତା ଦାସ, ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କ ପ୍ରତିନିଧି ସୁଢ଼ଳ କୁମାର ସ୍ବାଇଁ, ବିଧାୟକ ରାଉତରାୟଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲା ପରିଷଦ ସଭ୍ୟ ଓ ସଭ୍ୟା ପ୍ରମୋଦ ଚରଣ ସ୍ବାଇଁ ଓ କନକପ୍ରଭା ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ବୈଠକରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାଥ ସ୍ବାଇଁ, ବ୍ଲକ ଯୁବ ବିଜେଡି ସଭାପତି ଅରୁ ପ୍ରସାଦ ମହାନ୍ତି, ପ୍ରଭାତି ଦାସ, ସାଇଲୋ ସରପଞ୍ଚ ସରୋଜ ସେଠୀ, ବାଗୋଇ ସରପଞ୍ଚ ପ୍ରଭାଞ୍ଜଳି ସେଠୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଯୋଗଦେଇଥିଲେ ା

Share