ମୋଦି-ବାଇଡେନଙ୍କ ମଧ୍ୟରେ ରହିଛି ସୁସମ୍ପର୍କ

ଓ୍ବାଶିଂଟନ,୧୧।୧୧: ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା ଭାରତ ବିଷୟରେ ଏକ ବଡ଼ ମନ୍ତବ୍ୟ ଦେଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବହୁତ ଫଳପ୍ରଦ ଏବଂ ସୁସମ୍ପର୍କ ରହିଛି।
ହ୍ବାଇଟ ହାଉସରେ ଆମେରିକାର ଏନଏସଏ ଜ୍ୟାକ ସଲିଭାନ କହିଛନ୍ତି,ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ ହାଉସରେ ପହଞ୍ଚିଥିଲେ। ଏହା ବ୍ୟତୀତ ଉଭୟ ଅନେକ ଥର ବ୍ୟକ୍ତିଗତ ଭାବରେ ମଧ୍ୟ ସାକ୍ଷାତ କରିଛନ୍ତି। ଏଥିସହ ଫୋନ ଏବଂ ଭିଡିଓ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ-ଆମେରିକା ସହଭାଗିତାକୁ ମଜଭୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସବୁ ଜିନିଷକୁ ଦେଖିଲେ ଏହା କୁହାଯାଇପାରେ ଯେ ଦୁଇ ନେତାଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି।
ଆସନ୍ତା ବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବ। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଭାରତ ଗସ୍ତ କରିବାର ସମ୍ଭାବନା ରହିଛି।

Share