ଜଳଛତ୍ର ଅଛି, ପାଣି ଦେବାକୁ ଲୋକ ନାହାନ୍ତି

ବ୍ରହ୍ମପୁର,୧୪ା୪(ସ୍ମୃତି ରଞ୍ଜନ ମହାଲିକ): ଖରାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ନେଇ ପଦକ୍ଷେପ ନିଆଯାଇଛି। ସେହି ଅନୁସାରେ କେତେକ ସ୍ଥାନରେ ଜଳଛତ୍ର ବି ଖୋଲିଛି। କିନ୍ତୁ ଜଳଛତ୍ର ଥିଲେ ବି ପାଣି ଦେବାକୁ ଲୋକ ନ ଥିବା ଦେଖିବାକୁ ମିଳିଛି। ଲାଞ୍ଜିପଲୀ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସହରରେ ପଥଚାରୀଙ୍କୁ ପାଣି ମିଳୁନଥିବା ଅଭିଯୋଗ ପରେ ଡେରିରେ ହେଲେ ବି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପରେ ସହରରେ ୨୦ଟି ସ୍ଥାନରେ ଜଳଛତ୍ର ଖୋଲାଯିବାକୁ ଗତ ୫ ତାରିଖରେ ବିଇଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ କରି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଖୋଲାଯାଇଥିଲା। ଏଠାରେ ପାଣି ଯୋଗାଇବା ପାଇଁ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ସହରର ଅନ୍ୟାନ୍ୟ ସ୍ଥାନରେ ଜଳଛତ୍ର ଖୋଲିବା ଆରମ୍ଭ ହୋଇଛି। ଜଳଛତ୍ରଗୁଡିକର ଦାୟିତ୍ୱ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ପ୍ରଦାନ କରାଯିବ। ସେମାନେ ଜଳ ଛତ୍ର ନିମନ୍ତେ ଟେଣ୍ଟ, ପାଣି, ମାଠିଆ ଓ ଗ୍ଲାସର ବ୍ୟବସ୍ଥା କରିବେ। ଏଥିନିମନ୍ତେ ସମସ୍ତ ଖର୍ଚ୍ଚ ନିଗମ ବହନ କରିବ। ଏଥିସହ ପଥଚାରୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଜଣେ ଲୋକଙ୍କୁ ନିୟୋଜିତ କରାଯିବ। ଯାହାକୁ ଦୈନିକ ୪୬୦ ଟଙ୍କା ପ୍ରଦାନ କରାଯିବ ବୋଲି ନିଗମର ଗୋଷ୍ଠୀ ସଂଯୋଜିକା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଜକୁ ସପ୍ତାହେ ବିତିଲାଣି ଏଯାଏଁ ସମସ୍ତ ଜଳଛତ୍ର ଖୋଲାଯାଇନାହିଁ। ଯେଉଁ ସ୍ଥାନରେ ଖୋଲିଛି କେଉଁଠି ପାଣି ଦେବାକୁ ଲୋକ ନାହାନ୍ତି ତ ଆଉ କେଉଁଠି ହାଣ୍ଡିରେ ପାଣି ନାହିଁ। ସହରର ୩୮ ନଂ. ଓ୍ବାର୍ଡ ଲାଞ୍ଜିପଲ୍ଲୀ ଫାଣ୍ଡି ସମ୍ମୁଖରେ ଖୋଲାଯାଇଥିବା ଜଳଛତ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବା ପରେ ବିଇଏମ୍‌ସିର ଅସଲ ଚିତ୍ର ପଦାକୁ ଆସିଛି। ଏଠାକୁ ପଥଚାରୀମାନେ ପାଣି ପିଇବାକୁ ଆସୁଥିବାବେଳେ ହାଣ୍ଡି ସହିତ ଗ୍ଲାସ ଥିଲା। କିନ୍ତୁ ପାଣି ଦେବାକୁ କେହି ନଥିଲେ। ଲୋକେ ନିଜେ ପାଣି ଆଣିବାକୁ ଯାଉଥିବାବେଳେ ହାଣ୍ଡିରେ ବି ପାଣି ନଥିବା ଦେଖିବାକୁ ମିଳିଥିଲା। ଲାଞ୍ଜିପଲ୍ଲୀ ଫାଣ୍ଡି ଇଲାକା ଏକ ଜନଗହଳିପୂର୍ଣ୍ଣ ସ୍ଥାନ। ତାହା ଚାରିଛକ ହୋଇଥିବାବେଳେ ସେଠାକୁ ବିଭିନ୍ନ ଆଡୁ ପଥଚାରୀମାନେ ଆସୁଛନ୍ତି। ଜଳଛତ୍ରରେ ପାଣି ନଥିବା ଦେଖି ପଥଚାରୀମାନେ ଅସନ୍ତୋଷ ପ୍ରକାଶ କରି ନିରାଶରେ ଫେରୁଥିବା ଦେଖାଯାଇଛି। ତେବେ ଅନ୍ୟାନ୍ୟ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରଗୁଡିକର ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ। ବିଇଏମସିର ନିଷ୍ପତ୍ତି ପାଣିର ଗାର ସଦୃଶ ହୋଇଛି। ଜଳ ଛତ୍ର ଖୋଲାଯିବା ପରେ ନିଗମର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା, ସ୍ଥାନୀୟ ଲୋକ ପ୍ରତିନିଧି ଓ ଏସଏଚଜି ସଦସ୍ୟାଙ୍କ ମନମୁଖୀ କାରବାର ହିଁ ଏହାର କାରଣ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ନିଗମ ପକ୍ଷରୁ କର୍ମଚାରୀ ନିୟୋଜନ କରି ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣର ନିର୍ଦ୍ଦେଶ ରହିଥିବା ବେଳେ ଏଠାରେ ନିୟମ ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରତି ବର୍ଷ ଏଭଳି ଅବ୍ୟବସ୍ଥା କାରଣରୁ ଜଳଛତ୍ର ସ୍ଥାନରେ ଖାଲି ମାଠିଆ ଗଡୁଥିବା ନଜିର ରହିଛି। ଏ ନେଇ ଉକ୍ତ ୱାର୍ଡର କର୍ପୋରେଟର ସ୍ବର୍ଣ୍ଣଲତା ସାବତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କର୍ମଚାରୀ ରହୁଛନ୍ତି। ପାଣି ମଧ୍ୟ ସଠିକ ଭାବେ ରଖାଯାଉଥିବା ସେ କହିଛନ୍ତି। କିନ୍ତୁ ଦୃଶ୍ୟ ଅଲଗା କହୁଛି। ଏଣୁ ଜଳଛତ୍ର ଖୋଲିବା ପରେ ନିଗମର ଗୋଷ୍ଠୀ ସଂଯୋଜିକାମାନେ ତଦାରଖ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

ନବୀନଙ୍କ ଉପରେ ବହିକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୧୨(ସୁନିତ୍‌ ମିଶ୍ର): ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ...

ବଢ଼ିଲା ଶୀତ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): ଲଘୁଚାପଜନିତ ଅଦିନିଆ ବର୍ଷା ଛାଡିଯାଇଥିଲେ ମଧ୍ୟ ରବିବାରଠାରୁ ରାଜ୍ୟରେ ଶୀତର ପରିମାଣ ବଢ଼ିଛି। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ଥିବାରୁ...

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ପ୍ରାକ୍‌ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ: ଓଡ଼ିଶା ପାଇଁ ୯ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ରବିବାର ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri