Categories: ଜାତୀୟ

ମଧ୍ୟପ୍ରଦେଶରେ ଶାସକ ବିରୋଧୀ ଲହର ନାହିଁ: ଶିବରାଜ…

ଭୋପାଳ,୧୧।୬ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର କହିଛନ୍ତି ରାଜ୍ୟରେ ତାଙ୍କ ସରକାର ବିରୋଧରେ କୌଣସି ଆଣ୍ଟି-ଇନକମ୍ବୁନ୍ସି ବିରୋଧୀ ଲହର ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ରାଜ୍ୟବାସୀଙ୍କର ସମ୍ମାନ ଓ ଭଲପାଇବା ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡ଼ିକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି।

‘ଲାଡଲି ବହନା ଯୋଜନା’ ଅଧୀନରେ ଗରିବ ଏବଂ ମଧ୍ୟବିତ୍ତ ମହିଳାଙ୍କ ଆକାଉଣ୍ଟକୁ ମାସକୁ ୧୦୦୦ ଟଙ୍କା ଟ୍ରାନ୍ସଫର କରିବା ପରେ ସେ ଘୋଷଣା କରିଛନ୍ତି ଧୀରେ ଧୀରେ ମାସକୁ ଏହାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବେ। ତାଙ୍କର ଏକ ସାକ୍ଷାତକାରରେ ସେ ଏହି ଘୋଷଣାକୁ ‘ରାବଡି ସଂସ୍କୃତି’ର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ତାଙ୍କ ସରକାର ‘ଲାଡଲି ଲକ୍ଷ୍ମୀ’ରୁ ‘କନ୍ୟା ବିବାହ’ ପର୍ଯ୍ୟନ୍ତ ଆରମ୍ଭ କରିଛନ୍ତି ଏବଂ ବର୍ତ୍ତମାନ ‘ଲାଡଲି ବହନା’ ଯୋଜନା ସେ ଆଣିଛନ୍ତି। ଏକ ସାମାଜିକ ବିପ୍ଳବ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହାପୂର୍ବରୁ ମଧ୍ୟପ୍ରଦେଶରେ ପୁରୁଷ ଓ ମହିଳାଙ୍କ ଅନୁପାତରେ ବହୁତ ପାର୍ଥକ୍ୟ ରହିଥିଲା। ଏକ ହଜାର ପୁରୁଷଙ୍କ ମଧ୍ୟରେ ପାଇଁ ମହିଳାଙ୍କ ସଂଖ୍ୟା ୯୧୨ ଥିଲା। ଲୋକେ ଝିଅଙ୍କୁ ଏକ ବୋଝ ବୋଲି ବିବେଚନା କରୁଥିଲେ। ସେଥିପାଇଁ ଆମେ ଲାଡଲି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲୁ॥

Share