Categories: ଜାତୀୟ

ଓଡ଼ିଶାରେ କ୍ଷୁଧାମୃତ୍ୟୁ ନାହିଁ

ନୂଆଦିଲ୍ଲୀ,୧୮।୧: ଓଡ଼ିଶାରେ କେହି ଜଣେ ହେଲେ କ୍ଷୁଧାରେ ପ୍ରାଣ ହରାଇ ନ ଥିବା ରାଜ୍ୟ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ରାଜ୍ୟର ସମସ୍ତ ଜିଲାରୁ ୫ ବର୍ଷରୁ କମ୍‌ ୧,୪୨୯ ପିଲା କୁପୋଷଣର ଶିକାର ହୋଇଛନ୍ତି। କୁପୋଷଣ ଦୂର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଦିଆଯାଇଛି। ଅପପୁଷ୍ଟିର ଶିକାର ପିଲାମାନଙ୍କୁ ଅତିରିକ୍ତ ପୋଷକ ତତ୍ତ୍ୱ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ, କ୍ଷୁଧାମୃତ୍ୟୁ ରିପୋର୍ଟ ଦେବା ଲାଗି ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କ୍ଷୁଧା ଦୂର ଲାଗି ମଡେଲ ଗୋଷ୍ଠୀ ରୋଷଶାଳା ଯୋଜନା ପ୍ରସ୍ତୁତ କରିବାକୁ ମଙ୍ଗଳବାର ପରାମର୍ଶ ଦେଇଛନ୍ତି।

Share