ଲାଞ୍ଜିଗଡ଼ରେ ୮ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ ନାହିଁ, ତୁଟୁଛି ଆସ୍ଥା

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୮ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ ନାହିଁ। କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଅଞ୍ଚଳ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ୍‌ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍‌ଏନ୍‌ଏଲ୍‌ କମ୍ପାନୀ ସିମ୍‌ ଅନ୍ୟତମ। ବିଏସ୍‌ଏନ୍‌ଏଲ ଏକ ପୁରୁଣା ଟେଲିକମ୍‌ କମ୍ପାନୀ ହୋଇଥିବା ବେଳେ ଲୋକେ ଏହି ସିମ୍‌କୁ ବହୁଳ ବ୍ୟବହାର କରିଥାନ୍ତି। ଏମିତିକି ଅଫିସଗୁଡ଼ିକରେ ମଧ୍ୟ ଅଧିକତର ଏହି ବିଏସ୍‌ଏନ୍‌ଏଲ୍‌ ନେଟ୍‌ର ବ୍ୟବହାର ହୋଇଥାଏ। ହେଲେ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଉଛି ଏହି କମ୍ପାନୀ। ଲୋକଙ୍କୁ ଠିକ୍‌ରେ ସେବା ଯୋଗାଇ ପାରୁନାହିଁ। ଅଧିକାଂଶ ଗ୍ରାହକଙ୍କର ବ୍ୟାଙ୍କ ଆକାଉଣ୍ଟରେ ବିଏସ୍‌ଏନ୍‌ଏଲ ନମ୍ବର ଜଡିତ ଥିବାରୁ ସେମାନେ ଓଟିପି ନ ଆସିଲେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି। କେତେବେଳେ ନେଟଓ୍ବର୍କ ରହୁଛି ତ କେତେବେଳେ ରହୁନାହିଁ । ଅନ୍ୟ କମ୍ପାନୀ ନେଟଓ୍ବର୍କ ତୁଳନାରେ ବିଏସ୍‌ଏନ୍‌ଏଲ ନେଟଓ୍ବର୍କ ପ୍ରତି ମାସରେ ୫ଦିନ ୬ଦିନ ନେଟଓ୍ବର୍କ ଉଭାନ ହେଇଯାଏ।

ସୂଚନା ଥାଉକି, ୮ ଦିନ ହେଲାଣି ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ର ନେଟଓ୍ବର୍କ ନାହିଁ। ଫଳରେ ଲୋକଙ୍କ ଯୋଗାଯୋଗରେ ବିଚ୍ଛିନ୍ନ ଘଟିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ। ଲାଞ୍ଜିଗଡ଼ ସହରରେ ଲୋକେ ଅଧିକ ମାତ୍ରାରେ ଏହି ସିମ୍‌ କାର୍ଡ ବ୍ୟବହାର କରୁଛନ୍ତି ହେଲେ ସେବା ନ ମିଳିବାରୁ ଶେଷରେ ସିମ୍‌ ବଦଳାଉଛନ୍ତି। ୮ ଦିନ ହେଲା ନେଟ୍‌ କାମ ହୋଇପାରୁନାହିଁ। ତେଣୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛ। ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର, ଦୁର୍ଗମ ଏବଂ ଘାଟି ଅଞ୍ଚଳରେ ଥିବା ମୂଷନାଳ ଓ ବିଜେପୁରଠାରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ସ୍ଥାପନ କରାଯାଇଛି ହେଲେ ତାହା ନାମକୁ ମାତ୍ର। ନେଟ୍‌ କାମ ଥିଲେ ଲୋକେ ହାତିଶାଳ ଘାଟିକୁ ଆସି ନିଜ କାମ କରୁଥିବା ଦେଖିବାକୁ ମିଳୁଛି । ଡିଜିଟାଲ ଯୁଗରେ ପିଲାଙ୍କ ପାଠପଢା ପାଇଁ ଏବଂ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଦରକାର ପଡିଲେ ବହୁତ ଅସୁବିଧା ଭୋଗୁଛନ୍ତି ନେଟଓ୍ବର୍କ ନ ଥିଲେ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାଓ୍ବାର ସ୍ଥାପନ କରିଛନ୍ତି ହେଲେ ସରକାରୀ ବାବୁଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ୍‌ ତାହା ବାଟବଣା ହେବାରେ ଲାଗିଛି । ଯେତେ ଅଭିଯୋଗ କଲେ ମଧ୍ୟ ଦେଖ ଶୁଣ ଚୁପରୁହ ନୀତିରେ ଚାଲିଛି । ଲୋକେ ଏହି କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି । ଏ ବିଷୟରେ ନେଟୱର୍କ ବିଭାଗର ରମାକାନ୍ତ ପ୍ରାମାଣିକଙ୍କୁ ପଚାରିବାରୁ ସେ କହିଲେ କେବୁଲ କଟିଯାଇଛି ତେଣୁକରି ନେଟୱର୍କ ନାହିଁ ଏବଂ କେବୁଲ କାମ କରିବା ପାଇଁ କର୍ମଚାରୀ ଯାଇଥିଲେ କେବୁଲ ଯୋଡିବା ବିଭାଗକୁ ଯୋଗାଯୋଗ କଲେ ଜଣା ପଡିବ ବୋଲି ପ୍ରକାଶ କରିଥିଲେ । ଏନେଇ କେବୁଲ ଯୋଡିବା ବିଭାଗର ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ଲାଞ୍ଜିଗଡ ପ୍ଲାଣ୍ଟ ଭିତରେ କେବୁଲ କଟିଛି ଏବଂ ତାହା ଯୋଡିବା ପାଇଁ ଭିତରକୁ ଯିବାପାଇଁ ଅନୁମତି ମିଳୁନାହିଁ ତେଣୁ ଅନୁମତି ମିଳିଲାପରେ କେବୁଲ ଯୋ ଏବଂ ଦୁଇ ତିନିଦିନ ଲାଗିପାରେ ବୋଲି ପ୍ରକାଶ କରିଥିଲେ। ଲାଞ୍ଜିଗଡ଼ ଅଞ୍ଚଳବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନ ପାରେ। ସେଥିପାଇଁ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image