Posted inରାଜ୍ୟ

‘କାଳିଆ’ ପାଇଁ ହୋଇନାହିଁ ବ୍ୟୟବରାଦ, ମୁଖ୍ୟମନ୍ତ୍ରୀ କହିଲେ ଏପରି

ଭୁବନେଶ୍ୱର,୨୫।୭: ବିଜେଡି ସରକାର ଅମଳରେ ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟରେ ସରକାର ବଦଳିବା ପରେ ଏହି ଯୋଜନାରେ ଥିବା ୪୬ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ସହାୟତା ରାଶି ପାଇବେ କି ନାହିଁ ସନ୍ଦେହରେ ରହିଛନ୍ତି। କାରଣ ଭାଜପା ସରକାରଙ୍କ ପ୍ରଥମ ବଜେଟରେ ‘କାଳିଆ’ ପାଇଁ ବ୍ୟୟବରାଦ ହୋଇ ନାହିଁ।

ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୩୧ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି। କଳିଆ ଯୋଜନାରେ ୪୬ ଲକ୍ଷ ଚାଷୀ ଉପକୃତ ହେଉଥିଲେ। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ଯୋଜନାରେ ରାଜ୍ୟର ୧ କୋଟି ଚାଷୀ ସାମିଲ ହେବେ।

ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ଷମତାସୀନ ହୋଇଥିବା ଭାଜପା ସରକାର ଏହାକୁ ହୃଦୟଙ୍ଗମ କରି ନିଜ ପ୍ରଥମ ବଜେଟରେ ‘ସମୃଦ୍ଧ କୃଷକ ଯୋଜନା’ର ପରିକଳ୍ପନା କରିଛନ୍ତି। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଗୁରୁବାର ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ୧୦ ସ୍ତମ୍ଭର ସର୍ବାଗ୍ରେ ରହିଛନ୍ତି ରାଜ୍ୟର ଅନ୍ନଦାତା (କୃଷକ)। ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପିତ ‘ଅମୃତ କାଳ’ର ସ୍ବପ୍ନ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ବୃହତ୍ତମ ନିଯୁକ୍ତି କ୍ଷେତ୍ର। କୃଷି କ୍ଷେତ୍ରରେ ରାଜ୍ୟର ମୋଟ ଶ୍ରମଶକ୍ତିର ୪୫.୮% ନିୟୋଜିତ ହୋଇଥିବାବେଳେ ଏହାର ଯୋଗଦାନ ଗ୍ରସ୍‌ ଷ୍ଟେଟ୍‌ ଭାଲ୍ୟୁ ଆଡେଡ୍‌ (ଜିଏସ୍‌ଭିଏ)ର ୨୨.୫%। ୨୦୨୩-୨୪ ଆର୍ଥିକବର୍ଷରେ କୃଷି କ୍ଷେତ୍ରକୁ ୨୪,୮୨୯ କୋଟି ଟଙ୍କା ଦିଆଯାଇଥିବାବେଳେ ୨୦୨୪-୨୫ ଆର୍ଥିକବର୍ଷର ବଜେଟରେ ଏଥିରେ ୩୬% ବୃଦ୍ଧିକରି ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଜାତୀୟସ୍ତରରେ ଓଡ଼ିଶା ଚତୁର୍ଥ ବୃହତ୍‌ ଧାନ ଯୋଗାଣକାରୀ ରାଜ୍ୟ। ଏହି ଯୋଜନାରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କାରେ କିଣାଯିବ, ଯାହାକି ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ଠାରୁ ୮୦୦ ଟଙ୍କା ଅଧିକ। ମଣ୍ଡିରେ କଟନି ଛଟନି ବ୍ୟବସ୍ଥାକୁ ରୋକାଯିବା ସହ ଧାନ କ୍ରୟ ବ୍ୟବସ୍ଥାର ସରଳୀକରଣ କରାଯିବ। ଡିବିଟି ମୋଡ୍‌ ପାଇଁ ପଞ୍ଜୀକୃତ କୃଷକମାନେ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri