ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ବର୍ନ ଓ୍ବାର୍ଡ

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି): ଭଉଁରି ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବାଣ ବିସ୍ଫୋରଣ ଘଟି ୩୦ରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମ୍ପୃକ୍ତ ଆହତମାନଙ୍କ ଚିକିତ୍ସା ନେଇ ଭିତ୍ତିଭୂମିର ଅଭାବ ସାମ୍ନାକୁ ଆସିଛି। ବିଶେଷକରି ଏଠାରେ ବର୍ନ ୟୁନିଟ ନ ଥିବାରୁ ପୋଡ଼ିଯାଇ ଗୁରୁତର ହୋଇଥିବା ଭକ୍ତମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହୋଇ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ। ଏହା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି।
ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୁରୀ ପଛରେ ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁରୀ ଏକ ପର୍ଯ୍ୟଟନ ତଥା ଧାର୍ମିକ ଦୃଷ୍ଟିକରଣ ଏକ ଗୁୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏପିରିକି ବିଭିନ୍ନ ଯାନିଯାତ୍ରା ଓ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ମାତ୍ର କୌଣସି ଅଘଟଣ ଘଟିଲେ କିମ୍ବା ପୁରୀବାସୀ କୌଣସି ଗୁରୁତର ରୋଗର ଚିକିତ୍ସା ପାଇଁ ଆସିଲେ ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଉତ୍ତମ ଚିକିତ୍ସା ଆଳରେ କଟକ କିମ୍ବା ଭୁବନେଶ୍ୱରକୁ ପଠାଯାଇଥାଏ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଥିବାବେଳେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ବର୍ନ ୟୁନିଟ ନ ଥିବାରୁ ପୋଡ଼ିଯାଇଥିବା ରୋଗୀ ଚିକିତ୍ସା ସେବା ପାଇପାରୁନାହାନ୍ତି। ଏ ନେଇ ଅନେକ ସମୟରେ ପୁରୀବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ପ୍ରତ୍ୟେକ ବର୍ଷ ରଥଯାତ୍ରା ସମନ୍ବୟ ବୈଠକରେ ସ୍ବାସ୍ଥ୍ୟସେବା ପ୍ରସଙ୍ଗ ଉଠେ। କିଛି ସମୟ ପାଇଁ ଉଦବେଗ ପ୍ରକାଶ ପାଏ, ପରେ ସମସ୍ୟା ସମାଧାନ ହେବ କହି ପ୍ରସଙ୍ଗକୁ ଏଡ଼ାଇ ଦିଆଯାଏ। ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ବାଣ ବିସ୍ଫୋରଣରେ ଆହତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନ ମିଳିବା ଏହାର ଏକ ଉଦାହରଣ। ଏପରିକି ଘଟଣାସ୍ଥଳକୁ ଠିକ ସମୟରେ ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ଅନେକ ସମୟ ଧରି ଆହତମାନେ ଘଟଣାସ୍ଥଳରେ ପଡ଼ିରହିଲେ। ପରେ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିବା ଆହତଙ୍କ ମଧ୍ୟରୁ ୩ଜଣଙ୍କ ଜୀବନ ଗଲା। ଯଦି ଜିଲା ମୁଖ୍ୟ ଚିକିତ୍ସାଳୟରେ ବର୍ନ ୱାର୍ଡ ସୁବିଧା ସହ ଆବଶ୍ୟକ ସଂଖ୍ୟକ ଡାକ୍ତର ଥାନ୍ତେ ତେବେ ଅକାଳରେ ୩ଟି ଜୀବନ ବଞ୍ଚିଯାଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତୁରନ୍ତ ଭିତ୍ତିଭୂମି ସଜାଡିବା ସହ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri