Categories: ଜାତୀୟ

ଦିଲ୍ଲୀରେ ବିଏଫ୍‌-୭ ଭାରିଆଣ୍ଟର ଗୋଟିଏ ବି ମାମଲା ନାହିଁ: କେଜିର୍‌ଓ୍ବାଲ

ନୂଆଦିଲ୍ଲୀ,୨୨।୧୨: ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ ଗୁରୁବାର ତାଙ୍କ ବାସଭବନରେ ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକ ପରେ କେଜିର୍‌ଓ୍ବାଲ କହିଛନ୍ତି ଯେ, ଦିଲ୍ଲୀରେ ଓମିକ୍ରନ୍‌ ସବ୍‌-ଭାରିଆଣ୍ଟ ବିଏଫ୍‌-୭ର ଗୋଟିଏ ବି ମାମଲା ନାହିଁ। ଦିଲ୍ଲୀର ୯୨ ପ୍ରତିଶତ ମାମଲା ଏକ୍ସବିବି ଭାରିଆଣ୍ଟ। ସେ ଆହୁରି କହିଛନ୍ତି, ଦିଲ୍ଲୀର ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ। ଯଦି କରୋନା ସଂକ୍ରମଣ ବଢେ, ତେବେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ମାମଲାର ଜିନୋମ ସ୍ବିକେସିଂ କରାଯାଉଛି। ଆବଶ୍ୟକ ହେଲେ ଦିଲ୍ଲୀରେ ପ୍ରତିଦିନ ୧ ଲକ୍ଷ ପରୀକ୍ଷା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share