୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ୱର,୮।୧୦: ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ବଡ଼ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌। ୧୩ଟି ଥାନାରେ ସିସିଟିଭି ନ ଥିବା ଗଙ୍ଗୱାର୍‌ ହାଇକୋର୍ଟଙ୍କୁ ଜଣାଇଛନ୍ତି। ବ୍ୟକ୍ତିଗତ ଭାବେ ହାଜର ହୋଇ ୧୫ ଦିନରେ ଏହି ୧୩ଟି ଥାନାରେ ସିସିଟିଭି ଲଗାଯିବ ବୋଲି ସୂଚନା କହିଛନ୍ତି। ଭରତପୁର ମାମଲା ପରେ ହାଇକୋର୍ଟ ରାଜ୍ୟର କୋତୋଟି ଥାନାରେ ସିସିଟିଭି ଅଛି କି ନାହିଁ ସେ ନେଇ ସରକାରଙ୍କୁ ଜବାବ ମାଗିଥିଲେ। ପରେ ଯେଉଁଯେଉଁ ଥାନାରେ ସିସିଟଭି ନାହିଁ ସେହି ଥାନା ଗୁଡ଼ିକରେ ସିସିଟିଭି ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

ତେବେ ସବୁଠୁ ବଡ଼ କଥା ହେଉଛି ସିସିଟିଭିକୁ ନେଇ ଭରତପୁର ମାମଲାରେ ଅଧିକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା।  କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଭରତପୁର ଥାନାରେ କ୍ୟାମେରା ନାହିଁ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦୀନକୃଷ୍ଣ ମିଶ୍ର କହିଥିଲେ। ଯାହାକୁ ନେଇ ବିବାଦ ବଢ଼ିଥିଲା। ତେବେ ପୂର୍ବରୁ ଭରତପୁର ଥାନାରେ ସିସିଟିଭି ଲାଗିଥିବା କହିଥିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା। ଗତ ମାର୍ଚ୍ଚ ୧୧ ତାରିଖରେ ଭରତପୁର ମଡେଲ ଥାନା ଉଦଘାଟନ ଅବସରରେ ପୋଲିସ କମିଶନର ଖୋଦ ନିଜେ ଏକଥା କହିଥିଲେ। କମିଶନରେଟ ପୋଲିସର ସତ  କେଉଁଟା ମିଛ କେଉଁଟା ତାକୁ ନେଇ ପ୍ରଶ୍ନ ଉଠିଥିଲା।

ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଭାର ହାତକୁ ନେଇଥିଲେ।

ଅନ୍ୟପକ୍ଷରେ ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳମୟୀ ସାହୁ ଓ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବନ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାବାଞ୍ଜିରେ ଭାଜପାକୁ ଝଟ୍‌କା, କୋର୍ଟ ଦେଇଦେଲେ ବଡ଼ ରାୟ

ବଲାଙ୍ଗୀର,୮।୧୦: କଣ୍ଟାବାଞ୍ଜିରେ ଭାଜପାକୁ ବଡ଼ ଝଟ୍‌କା। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ମାମଲାରେ ଜବାବ ଦାଖଲ କରିପାରି ନାହାନ୍ତି ଭାଜପା ବିଧାୟକ ଲକ୍ଷ୍ମଣ ବାଗ । ୩...

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ...

ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା...

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର...

Subhadra Yojana: ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ? ଜାଣିନିଅନ୍ତୁ…

ଭୁବନେଶ୍ୱର,୮।୧୦: ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ...

ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ...

୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୮।୧୦: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri