ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ନାହିଁ କୋଇଲା ସଙ୍କଟ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଇଲା ସଙ୍କଟ ନ ଥିବା ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କିଛି ଦିନ ତଳେ ଓଡ଼ିଶାର ବିଦ୍ୟୁତ୍ ଉତ୍ପାଦନ ନେଇ ସମୀକ୍ଷା ହୋଇଥିଲା। ଅନ୍ୟ ରାଜ୍ୟରେ ଯେପରି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି, ସେଭଳି ସ୍ଥିତି ବର୍ତ୍ତମାନ ଓଡ଼ିଶାରେ ନାହିଁ। ଓଡ଼ିଶାର ସବୁ ପାଓ୍ବାର ପ୍ଲାଣ୍ଟଗୁଡିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ ଏମ୍ସିଏଲ୍ ଏମ୍ଡିଙ୍କ ସହ କଥା ହୋଇଛି । ଏହି ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଛନ୍ତି।